June 10, 2026
Home » ବେପରୁଆ ଗାଡି ଚାଳନା…

ବେପରୁଆ ଗାଡି ଚାଳନା…

0
WhatsApp Image 2026-06-10 at 4.02.39 PM (1)

ଜାତୀୟ ରାଜପଥ-୨୬ରେ ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଟ୍ରକ ଧକ୍କାରେ ଦୁଇ ଟ୍ରକ ଡ୍ରାଇଭର ଙ୍କ ମୃତ୍ୟୁ,

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରୀପଡା ଗାଁ ନିକଟସ୍ଥ ଜାତୀୟ ରାଜପଥ-୨୬ ଉପରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଜଣା ଟ୍ରକର ଧକ୍କାରେ ଦୁଇ ଜଣ ଟ୍ରକ ଡ୍ରାଇଭର ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଦୁଇଟି ଟ୍ରକ ମଣ୍ଡିରୁ ଧାନ ଆଣି ଉତ୍କେଲାସ୍ଥିତ ଓରିଆନ ରାଇସ୍ ମିଲ୍‌କୁ ଖାଲି କରିବା ପାଇଁ ଆସିଥିଲା। ମିଲ୍‌ ନିକଟରେ ରାସ୍ତା କଡ଼ରେ ଟ୍ରକ ରଖି ଦୁଇ ଡ୍ରାଇଭର ଗାଡ଼ି ପାଖରେ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା।ଟ୍ରକ ଧକ୍କାରେ ଦୁଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଫେରାର ଟ୍ରକ ଡ୍ରାଇଭର କେସିଙ୍ଗା ଥାନାରେ ସରେଣ୍ଡର କରିଥିବା ଜଣାଯାଇଛି।ଏହି ଅଭାବନୀୟ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।ମୃତ ଦୁଇ ଟ୍ରକ୍ ଚାଳକଙ୍କ ମଧ୍ୟରୁ ଜଣେ କଲମପୁର ଥାନା ଅଧିନସ୍ଥ ଚୁରାଗାଁ ର ହିମାଂଶୁ ରାଉତ ହୋଇଥିବା ବେଳେ ଆଉ ଜଣେ ଡ୍ରାଇଭର ଙ୍କ ପରିଚୟ ମିଳପାରିନାହିଁ । ଦୂର୍ଘଟଣା ସଂପର୍କରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *