February 10, 2026
Home » ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ସୋନପୁର ଶାଖା ପକ୍ଷରୁ ମହାବିଦ୍ୟାଳୟ ଠାରେ ଦସ୍ତଖତ ଅଭିଯାନ l

ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ସୋନପୁର ଶାଖା ପକ୍ଷରୁ ମହାବିଦ୍ୟାଳୟ ଠାରେ ଦସ୍ତଖତ ଅଭିଯାନ l

0
WhatsApp Image 2024-12-24 at 2.48.34 PM

ସୁବର୍ଣ୍ଣପୁର — ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ସୋନପୁର ଶାଖା ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ୧ ଜାନୁଆରୀ ୨୦୦୮ରୁ ୧ ଜୁନ ୨୦୧୮ ମଧ୍ୟରେ ଅଧ୍ୟାପକ ଏବଂ କର୍ମଚାରୀ ରାଜ୍ୟର ବିଭିନ୍ନ ଅନୁଦାନ ତଥା ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ପାଇ କାର୍ଯ୍ୟ ତୁଲାଇ ଆସୁଛନ୍ତି। ୧୯୬୯ ମସିହା ଶିକ୍ଷାନୀତି ପ୍ରଣୟନ ଠାରୁ ପ୍ରତି ୫ ବର୍ଷରେ ଥରେ ଅନୁଦାନ ତଥା ଅଣଅନୁଦାନ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ (ଜିଆଇଏ) ପ୍ରଦାନ କରାଯାଉଥିବା ବେଳେ ୨୦୧୪ ମସିହା ପରଠୁ ନୂତନ ଅନୁଦାନ ନୀତି ପ୍ରଣୟନ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଦସ୍ତଖତ ଅଭିଯାନରେ ଜିଲ୍ଲା ଖଣ୍ଡ ସଂଯୋଜିକା ଚନ୍ଦ୍ରକାନ୍ତି ବିଶ୍ବାଳ ,ଆଶିଷ ଅଗ୍ରଓ୍ବାଲା,ମିନକେତନ କୁମ୍ଭାର,ନିରୋଜ ଗୁରୁ,ନିଳିମା ଗୁରୁ,ବାଙ୍କୀ ବିହାରୀ ପଣ୍ଡା,ଫକୀର ଜଗଦଲା,ରୀନା ତ୍ରିପାଠୀ,ବାସୁଦେବ ଷଣ୍ଢ ,ସୁନିଲ ପ୍ରଧାନ,ଦିଲ୍ଲୀପ ଦେହୁରୀ,ଗଜପତି ସିନ୍ଦିରିଆ ,ପ୍ରମୁଖ ନିଜକୁ ସାମିଲ କରିଥିଲେ। ତେବେ ଯଦି ସରକାର ନ ଶୁଣନ୍ତି ଆଗାମୀ ଦିନରେ ଏହା ଆନ୍ଦୋଳନର ରୁପ ନେବ ବୋଲି ସଂଯୋଜିକା ଚନ୍ଦ୍ରକାନ୍ତି ବିଶ୍ବାଳ କହିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *