July 5, 2025
Home » ବୌଦ୍ଧ ଆଦର୍ଶ କୃଷି ବଜାର ପରିସରରେ ଦୀପାବଳି ଷ୍ଟଲ ଉନ୍ମୋଚନ କଲେ ଜ଼ିଲ୍ଲାପାଳ

ବୌଦ୍ଧ ଆଦର୍ଶ କୃଷି ବଜାର ପରିସରରେ ଦୀପାବଳି ଷ୍ଟଲ ଉନ୍ମୋଚନ କଲେ ଜ଼ିଲ୍ଲାପାଳ

0
WhatsApp Image 2024-10-28 at 12.30.31 PM

ଆଦର୍ଶ କୃଷି ବଜାର ପରିସରରେ ଆଗାମୀ ଦୀପାବଳି ପର୍ବ ପାଇଁ ଏକ ଷ୍ଟଲ ର ଶୁଭ ଉଦଘାଟନ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଷ୍ଟଲ କୁ ଉନ୍ମୋଚନ କରିଥିଲେ l ପରେ ଉତ୍ପାଦକ ଗୋଷ୍ଠୀ ର ସଦସ୍ୟl ମାନଙ୍କ ସହ ସେମାନଙ୍କ ମାର୍କେଟିଙ୍ଗ ବିଷୟରେ ବୁଝି ସେମାନେ କିପରି ପ୍ରଚାର, ପ୍ରସାର ମlଧ୍ଯମ ରେ ଜିନିଷ ବିକ୍ରି କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ l ଏଥିସହିତ ନିଜେ ନିଜ ପାଇଁ ସେହି ଷ୍ଟଲ ରୁ ବିଭିନ୍ନ ଜିନିଷ କିଣି ସେହି ଉତ୍ପାଦକ ଗୋଷ୍ଠୀ ଙ୍କୁ ଉତ୍ସାହିତ କରିଥିଲେ lସମ୍ମାନିତ ଅତିଥି ଭାବେ ସି. ଡ଼ି. ଇ. ଓ., ଜ଼ିଲ୍ଲା ପରିଷଦ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧlନ, ଅତିରିକ୍ତ ସି. ଡ଼ି. ଇ. ଓ. ଶ୍ରୀଯୁକ୍ତ ଚାଲସ ନାଏକ, ସାଧlରଣ ପରିଚlଳକ, ଜ଼ିଲ୍ଲା ଶିଳ୍ପ କେନ୍ଦ୍ର ଶ୍ରୀଯୁକ୍ତ ଯୋଗେଶ୍ୱର ବିଶୋଇ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଶିଳ୍ପ ବିକlଶ ଅଧିକାରୀ ସୁଧାଂଶୁ ଭୂଷଣ ସା ଯୋଗ ଦେଇଥିଲେ l ସମସ୍ତ ଅତିଥି ନିଜ ପାଇଁ ସେହି ଷ୍ଟଲ ରୁ ବିଭିନ୍ନ ପୂଜା ସାମଗ୍ରୀ କିଣିଥିଲେ l ଓରମାସ ପକ୍ଷ ରୁ ଆୟୋଜିତ ଏହି ଦୀପାବଳି ଷ୍ଟଲ ରେ ମନମୁଣ୍ଡା ର ଦୁଇଟି ଉତ୍ପାଦକ ଗୋଷ୍ଠୀ ଆଦର୍ଶ ଉତ୍ପାଦକ ଗୋଷ୍ଠୀ ଏବଂ ନାରୀ ସମୃଦ୍ଧି ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରିଛନ୍ତି l ଏହି ଷ୍ଟଲ ଆଜିଠାରୁ ଆରମ୍ଭ ହୋଇ 31 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ l ଦୀପାବଳି ଉତ୍ସବ ପାଇଁ ଏଠାରେ ମାଟି ଏବଂ ଟେରlକୋଟା ଦୀପ, ସଳିତା, ମହମବତୀ, ଧୂପକାଠି,ମୁରୁଜ ଧୂପଦାନୀ, ଦୀପ ଦାନୀ ଆଦି ପୂଜା ସାମଗ୍ରୀ, ଝାଡୁ, ଚାନ୍ଦୁଆ,ବିଭିନ୍ନ ପ୍ରକାରର ଶୁଖିଲା ମିଠା ଉପଲବ୍ଧ ରହିଛି l ଏହି କାର୍ଯ୍ୟକ୍ରମ ଡେପୁଟି ସି. ଇ. ଓ., ଓରମାସ ଶ୍ରୀଯୁକ୍ତ ଶିବାଶିଷ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ଏବଂ ପରିଚାଳନା ରେ ଆୟୋଜିତ ହେଉଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଓରମାସ ର ଜ଼ିଲ୍ଲା କୌଶଳ ସଂଯୋଜକ ଅଜୟ କୁମାର ମେହେର, ବ୍ୟବସାୟିକ ମ୍ୟାନେଜର ସୌମ୍ୟ ରଞ୍ଜନ ପଣ୍ଡା , କାର୍ଯ୍ୟ ନିର୍ବାହୀ ସହାୟକ ଦିଲ୍ଲିପ କୁମାର ରଥ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ଦୀପାବଳି ଷ୍ଟଲ ର ବ୍ୟାପକ ପ୍ରଚାର, ପ୍ରସାର ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ l ଏଥି ସହିତ ସି. ଡ଼ି.ଇ.ଓ. ଶ୍ରୀଯୁକ୍ତ ପଧlନ ଏବଂ ଡେପୁଟି ସି ଇ ଓ ଓରମାସ ଶ୍ରୀଯୁକ୍ତ ଦାଶ ସମସ୍ତ ବୌଦ୍ଧବାସୀ, ଅଧିକାରୀ, କର୍ମଚାରୀ ଙ୍କୁ ଏହି ଷ୍ଟଲ ରୁ ସୁଲଭ ମୂଲ୍ୟ ରେ ପୂଜା ଜିନିଷ କିଣିବା ପାଇଁ ଅନୁରୋଧ କରିଛନ୍ତି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *