ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟ ସଙ୍ଘର ସାଧାରଣ ସଭା ଅନୁଷ୍ଠିତ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟ ଭାଲିଆପଦର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ସଭାପତି ସନ୍ତୋଷ କୁମାର ବାରିକ ସଭାପତିତ୍ୱ ଓ ସମ୍ପାଦକ କୃତ୍ତିବାସ ପଲିଆ ସଭାକୁ ସଂଯୋଜନା କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ଆୟୁର୍ବେଦିକ ସଙ୍ଘ ସଭାପତି ଉପେନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଦ୍ୟସଙ୍ଘକୁ ପଶ୍ଚିମ ଓଡିଶା ଓ ରାଜ୍ୟ ସ୍ତରରେ ସଂଗଠନ କରିବା ପାଇଁ ସଭାରେ ପ୍ରସ୍ତାବ ଆଗତ କରିଥିଲେ l ସଂମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲ୍ଲାର ବୈଦ୍ୟ ଦେବରାଜ ବେହେରା,ସୁବର୍ଣ୍ଣପୁର ଜିଲ୍ଲା କମ୍ଭୁପାଣି ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ l ବିଭିନ୍ନ ଆଲୋଚନା ହରଭଙ୍ଗା ବ୍ଲକ ସଭାପତି ଶୁଶାନ୍ତ କୁମାର ପ୍ରଧାନ, ସମ୍ପାଦକ ନିର୍ଗୁଣ ମହାକୁଡ଼, କଣ୍ଟାମାଳ ବ୍ଲକ ସଭାପତି ବାମଦେବ ମହାନ୍ତି, ଡୁମୁରିପାଲୀ ବ୍ଲକ ପୂର୍ଣ୍ଣନନ୍ଦ ସାହୁ, ଉଚ୍ଛବ ଯାନୀ, ରଜତ ମହାକୁଡ଼, କୃଷ୍ଣ ସା, ନିଶାନ୍ତର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ପ୍ରସ୍ତାବ ପ୍ରକାରେ ଆସନ୍ତା ଡିସେମ୍ବର 25 ରୁ 28 ତାରିଖରେ ବୌଦ୍ଧ ଗାୟତ୍ରୀ ଯଜ୍ଞ ଓ ଜାନୁୟାରୀ 2 ରୁ 6 ତାରିଖ ବୌଦ୍ଧ ମହୋତ୍ସବରେ ବୈଦ୍ୟଶାଳା, ଆଲୋଚନାଚକ୍ର ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଉକ୍ତ ବୈଠକରେ କଣ୍ଟାମାଳ ବ୍ଲକ ସଭାପତି ଭାବେ ବାମଦେବ ମହାନ୍ତିଙ୍କୁ ଚୟନ କରାଯାଇ ଆସନ୍ତା 21 ତାରିଖ ରବିବାର ଦିନ ସୌରୀପାଲି ସିଦ୍ଧବାବା ମଠରେ ବ୍ଲକ ସ୍ତରୀୟ ବୈଠକ ଆୟୋଜନ କରିବା ପାଇଁ ସ୍ଥିର କରାଗଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
