February 21, 2026
Home » ବୌଦ୍ଧ ଜିଲ୍ଲା ପବିତ୍ର ପୀଠ ସିଦ୍ଧଗୁରୁ ମଠ ଡମ୍ବରୁଗଡ଼ ଠାରେ ବୌଦ୍ଧ ଇତିହାସ ସଂକଳନ କମିଟି ବୈଠକ ଅନୁଷ୍ଠିତ l

ବୌଦ୍ଧ ଜିଲ୍ଲା ପବିତ୍ର ପୀଠ ସିଦ୍ଧଗୁରୁ ମଠ ଡମ୍ବରୁଗଡ଼ ଠାରେ ବୌଦ୍ଧ ଇତିହାସ ସଂକଳନ କମିଟି ବୈଠକ ଅନୁଷ୍ଠିତ l

0
WhatsApp Image 2025-11-06 at 12.51.36 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ସିଦ୍ଧଗୁରୁ ମଠ ପରିସରରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ସମୟରେ ଚାରି ଦିନ ଧରି ବିଶ୍ୱରେ ପ୍ରଥମ ଥର ପାଇଁ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ପବିତ୍ର କାର୍ତ୍ତିକ ପୁର୍ଣିମା ଦିନ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା l ଏହି ଅବସରରେ ବୌଦ୍ଧ ଇତିହାସ ସଂକଳନ କମିଟି ପ୍ରଥମ ବୈଠକ ଡମ୍ବରୁଗଡ଼ ୟୁକୋ ଟ୍ୟୁ୍ରିଜିମ 4ନମ୍ବର କଟେଜ ଠାରେ ଚେନାଇ ବେଦ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି ତଥା ପ୍ରଫେସର ଡ. ହରିହର କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ପ୍ରାକ୍ତନ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅଧ୍ୟାପକ ଡ. ପ୍ରବୀର କୁମାର ଦାସ, ଯୁବ ଗବେଷକ ସତ୍ୟ ନାରାୟଣ ପାଣି, ଶିକ୍ଷାବିତ ଶମ୍ଭୁ ଗିରି, ସାମାଜିକକର୍ମୀ କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହା ପୂର୍ବରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷ୍ୟାତ କରି ବୌଦ୍ଧ ସିଦ୍ଧ ହନୁମାନ, ବୌଦ୍ଧ ମ୍ୟୁଜିୟମ, ଗନ୍ଧରାଢ଼ୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରାଯାଇଥିଲା l ବିଭିନ୍ନ ଆଲୋଚନା ପରେ ବୌଦ୍ଧ ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ଉପରେ ଲେଖା ରହିବ ଓ ଲେଖକ ମାନଙ୍କ ନିମନ୍ତେ ସୌଜନ୍ୟ ମୂଳକ ପ୍ରଚ୍ଛlହନ ରାଶି ପ୍ରଦାନ କରବା ପାଇଁ ସ୍ଥିର କରାଯାଇଥିଲା l ପୁସ୍ତକ ସଂକଳନ ନିମନ୍ତେ ଏକ ସମ୍ପାଦନା ମଣ୍ଡଳୀ ଗଠନ କରାଯାଇ ମୁଖ୍ୟ ସମ୍ପାଦକ ଭାବେ ପ୍ରଫେସର ଡ ହରିହର କାନୁନଗୋ, ସମ୍ପାଦନା ମଣ୍ଡଳୀ ସଦସ୍ୟ ଭାବେ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅଧ୍ୟାପକ ଡ ପ୍ରବୀର କୁମାର ଦାସ, ଗବେଷକ ବିଶ୍ୱେଶ୍ଵର ପୃଷ୍ଟି,ଯୁଗଳ କିଶୋର ସାମଲ, ଦେବାଶିଷ ପୁରୋହିତ,ଯୁବ ଗବେଷକ ସତ୍ୟନାରାୟଣ ପାଣି, ସାମାଜିକକର୍ମୀ ଶଙ୍କର ପ୍ରସାଦ ମିଶ୍ର, ଚେତାରାମ ପଟ୍ଟନାୟକ, ଶମ୍ଭୁ ଗିରିଙ୍କୁ ମନୋନୀତ କରାଯାଇଥିଲା l ସଂଯୋଜକ ଭାବେ ସାମାଜିକକର୍ମୀ କୃତ୍ତିବାସ ପଲିଆଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l ଉକ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆହୁରି ଅନେକ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ସାମିଲ କରି ପୂର୍ଣ୍ଣାଙ୍ଗ କମିଟି, ପୂର୍ଣାଙ୍ଗ ସମ୍ପାଦନା ମଣ୍ଡଳୀ ଗଠନ କରିବା ସହିତ ପୁସ୍ତକ ସଂକଳନ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ କରିବା ନିମନ୍ତେ ଗୁଗୁଲମିଟ ବୈଠକ ଆୟୋଜନ କରି ନିଷ୍ପତ୍ତି ନେବାକୁ ସ୍ଥିର କରାଯାଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *