October 24, 2025
Home » ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ବୈଠକ ଓ ନିୟମିତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ

ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ବୈଠକ ଓ ନିୟମିତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ

0
WhatsApp Image 2025-09-15 at 3.19.35 PM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଏନ ପି ଏସ ଶିକ୍ଷକ ସଂଘର ସାଙ୍ଗଠନିକ ସାଧାରଣ ବୈଠକ ଜିଲ୍ଲା ସଭାପତି ଶିଶିର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ଗିରି, ଜିଲ୍ଲା ସମ୍ପାଦକ ମହେଶ କୁମାର ସେଠୀ, ବୌଦ୍ଧ ବ୍ଲକ ସଭାପତି ରାଜକୁମାର ପ୍ରଧାନ, ସମ୍ପାଦକ ଉତ୍ତମ ନାଏକ, ହରଭଙ୍ଗା ବ୍ଲକ ସଭାପତି ରଜତ ନାଏକ, ସମ୍ପାଦକ ବାମଦେବ ଦାଶ, କଣ୍ଟାମଳ ବ୍ଲକ ସମ୍ପାଦିକା ପ୍ରଜିଣା ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ l ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିବା ଶିକ୍ଷକ ମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ସହିତ ୨୨୦୦ଗ୍ରେଡ଼ ପେ ବଦଳରେ ୪୨୦୦ଗ୍ରେଡ଼ ପେ ପ୍ରଦାନ ୬ ବର୍ଷର କଂଟ୍ରାକଚୁଆଲ ସମୟକୁ ୬ଟି ନେସନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରିବା ଦାବି ସରକାରଙ୍କୁ ଅବଗତ କରାଯାଇଛି l ଏହା ଯଦି ସରକାର ନ ଶୁଣନ୍ତି ତେବେ ଆସନ୍ତା ଦିନରେ ହେବାକୁ ଥିବା ରାଜ୍ୟ ସଂଘ ଆନ୍ଦୋଳନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ l ସି ଟି, ବି ଇ ଡି ତାଲିମ ପାଇ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ଶିକ୍ଷା ବିଭାଗ ଦାୟିତ୍ୱ ସହିତ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛନ୍ତି l ଅନ୍ୟ କୌଣସି ବିଭାଗକୁ ଯଦି ବିଭାଗୀୟ ପରୀକ୍ଷା ନାହିଁ ତେବେ ୨0 -୨୨ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଶିକ୍ଷକଙ୍କ ପାଇଁ ଲାଗୁକରାଯାଇଥିବା ଓ ଟି ଇଟି କାହିଁ ପାଇଁ, ଏହାର ପୁନର୍ବିଚାର କରାଯାଉ ବୋଲି ଶିକ୍ଷକ ମାନେ ବକ୍ତବ୍ୟ ରଖିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ନୂତନ ଭାବରେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ନୂତନ ଭାବରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା l ଶିକ୍ଷକ ଶ୍ରୀନିବାସ ମେହେର ଓ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଚକ୍ରଧର ମେହେର ଧନ୍ୟବାଦ ଦେଇଥିଲେ l ଜିଲ୍ଲା ସଂଘର ଉପସଭାପତି ବସନ୍ତ କୁମାର ବିଶ୍ୱାଳ, ସୁଦାମ ଚରଣ ମିଶ୍ର, ଶିକ୍ଷକ ପରମେଶ୍ୱର ମେହେର, ଅଶୋକ କୁମାର ଘିବେଲା, ସତ୍ୟ ରଣା, ସୁଶାନ୍ତ ପଣ୍ଡା, ନିରଞ୍ଜନ ମେହେର, ଯୁଧିଷ୍ଠିର କଁହର, ପ୍ରସନ୍ନ ଭୋକ୍ତା, ସୁଶୀଲ କୁମାର ପାଣିଗ୍ରାହୀ, ହୃଦାନନ୍ଦ ଦନ୍ତା, ଶମ୍ଭୁ ମେହେର, ସୁଦର୍ଶନ ଘାଣ୍ଟୁଆଲ, ପୂର୍ଣ୍ଣ ଚନ୍ଦ୍ର ମେହେର, ପ୍ରଫୁଲ୍ଲ ପତି, ବୁଲୁ କିଶୋର ପୁରୋହିତ, ଘନଶ୍ୟାମ ବେହେରା, ନାରାୟଣ ସାହୁ, ପ୍ରତାପ କୁମାର ବେହେରା ପ୍ରମୁଖ ଙ୍କ ସହିତ ବହୁତ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *