December 21, 2025
Home » ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

0
WhatsApp Image 2025-07-19 at 1.27.41 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସର ରେ ଯୁବ ରେଡ୍ କ୍ରସ ପକ୍ଷରୁ ଶୁକ୍ରବାର ଦିନ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ କଲେଜ ର ଅଧକ୍ଷ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମହାବିଦ୍ୟାଳୟ ପରିସରରେ ଆମ୍ବ,ଲେମ୍ବୁ,ବଉଳ, ପଣସ ଇତ୍ୟାଦି ୩୦ଗୋଟି ବୃକ୍ଷ ରୋପଣ କରାଯାଇଥିଲା l ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ଡ ଶରତ ଚନ୍ଦ୍ର ପତି,ଅଧ୍ୟାପକ ମୁକ୍ତି ସାହୁ, କିରାଣୀ ନରେଶ ବେହେରା ପ୍ରମୁଖ ଯୋଗଦାନ କରିଥିଲେ | ଯୁବ ରେଡ୍ କ୍ରସ୍ ର ସ୍ୱେଚ୍ଛା ସେବୀ ସୋମନାଥ ମାହର,ଶ୍ରୀତମ ନାଏକ ସୁକମଣି ବେହେରା ,ଅଂଶୁମାନ, ପିକୁନ,ରୀମା ନାଏକ, କାଜଲ ବେହେରା ଏବଂ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ଅଧ୍ୟାପକ ତଥା ଜିଲ୍ଲା ଯୁବରେଡକ୍ରସ ର ଆବାହକ ସଂପାଦକ ଶ୍ରୀ ତ୍ରିନାଥ ରଣା ପରିଚାଳନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *