February 10, 2026
Home » ବୌଦ୍ଧ ମନ୍ଦିର ଆଇନ ୧୯୪୯ ପ୍ରତ୍ୟାହାର ଦାବୀରେ ଓଡିଶା ମହାସଂଘ ପକ୍ଷରୁ ବିକ୍ଷୋଭ

ବୌଦ୍ଧ ମନ୍ଦିର ଆଇନ ୧୯୪୯ ପ୍ରତ୍ୟାହାର ଦାବୀରେ ଓଡିଶା ମହାସଂଘ ପକ୍ଷରୁ ବିକ୍ଷୋଭ

0
bhu-mu

ଭୁବନେଶ୍ୱର: ବୌଦ୍ଧ ଗୟା ମହୋଦଧି ମହାବିହାର ମୁକ୍ତି ଆନ୍ଦୋଳନ କ୍ରମଶଃ ତୀବ୍ରତର ହେବାରେ ଲାଗିଛି। ରାଜ୍ୟ ବୌଦ୍ଧ ମହାସଂଘ ଓଡିଶା ପକ୍ଷରୁ ଏ ନେଇ ଆଜି ରାଜଧାନୀ ମାଷ୍ଟରକ୍ୟାଟିଂନ ଛକରେ ଏକ ପ୍ରତିବାଦ ଆନ୍ଦୋଳନ ପ୍ରଦର୍ଶନ ପୂର୍ବକ ବୌଦ୍ଧ ମନ୍ଦିର ଆଇନ ୧୯୪୯କୁ ତୁରନ୍ତ ପ୍ରତ୍ୟାହାର ଦାବୀ କରାଯାଇଥିଲା। ବିକ୍ଷୋଭକାରୀମାନେ ବୁଦ୍ଧଗୟା ବୌଦ୍ଧ ମନ୍ଦିରକୁ ପରିଚାଳିତ କରୁଥିବା ପ୍ରଚଳିତ ଆଇନକୁ ନେଇ ଓଡିଶାରେ ବସବାସ କରୁଥିବା ସଂପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଆଇନ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ଧାର୍ମିକ ଅନୁଷ୍ଠାନ ପରିଚାଳନାର ସାୟତକୁ ନେଇ କ୍ଷୂର୍ଣ୍ଣ କରୁଛି ବୋଲି ଦାବୀ କରିଥିଲେ। ୩୦ଟି ଜିଲ୍ଳାରୁ ବୌଦ୍ଧ ସଂଗଠକ ଓ କର୍ମୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ପରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, ରାଜେନ୍ଦ୍ର ଭକ୍ତା, ବିଦ୍ୟାଧର ଦୁରିଆ, ଜୟନ୍ତ ଜଗବଂଶୀ, ବିପୁଲ ସାହୁ, ଅବଦୁଲ ଅଲ୍ଳୀ, ମାନସ ଜେନା, ଆଡଭୋକେଟ୍ ପ୍ରଦୀପ ମଲ୍ଳିକ, ଧର୍ମଚାରୀ ରତ୍ନକୁମାର, ଧର୍ମମିତ୍ର ଅଶୋକ, ବୀରେନ୍ଦ୍ର, ହରିଶ, ଜୟନ୍ତ, ନାଗବଂଶୀ, ଇଷ୍ଟ ସଗରିଆ, ପ୍ରାଜ୍ଞ୍ୟମୋହନ ପାତ୍ର ପ୍ରମୁଖ ବୁଦ୍ଧଗୟା ମହୋଦଧି ମହାବିହାର ମୁକ୍ତି ପାଇଁ ସଂଗ୍ରାମ ରତ ସର୍ବଭାରତୀୟ ଭିକ୍ଷୁ ସଂଘ ଓ ଆକାଶ ଲାମାଜିଙ୍କୁ ଦୃଢ ସମର୍ଥନ ଜଣାଇଥିଲେ।

ଅତିଥି ଭାବେ ପୂଜନୀୟ ଭନ୍ତେ ମେତାନନ୍ଦ, ସୁମଙ୍ଗଲ ବୁଦ୍ଧି ପ୍ରମୁଖ ଆନ୍ଦୋଳନକାରୀମାନଙ୍କୁ ଉତ୍ସାହିତ କରିଥିଲେ। ବିକ୍ଷୋଭ ପରେ ବିଶିଷ୍ଟ ସମାଜସେବୀ ମାନସ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *