October 23, 2025
Home » ବୌଦ୍ଧ ରେ ପୋଲିଓ ଟୀକାକରଣ(IPPI) 2025 ଉଦଘାଟିତ

ବୌଦ୍ଧ ରେ ପୋଲିଓ ଟୀକାକରଣ(IPPI) 2025 ଉଦଘାଟିତ

0
WhatsApp Image 2025-10-12 at 3.25.50 PM

ସୁବର୍ଣ୍ଣପୁର –ଆଜି ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମୁଖ୍ଯ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ର ଠାରେ ପୋଲିଓ ଟୀକାକରଣ(IPPI) 2025 ଜିଲ୍ଲାପାଳ ବିଭୁତିଭୁଷଣ ନାୟକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରବାର କଲ୍ୟାଣ) ଡାକ୍ତର ଅମିତାଭ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ସାନ୍ତା ନିବେଦିତା, ଜିଲ୍ଲା କାର୍ଯ୍ଯକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ ଓ ସ୍ବାସ୍ଥ୍ୟବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତି ଥିଲେ।ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଚଳିତ ଅକ୍ଟୋବର ମାସ 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଟୀକାକରଣ ଜନ୍ମ ରୁ 5 ବର୍ଷ ର ଶିଶୁମାନଙ୍କୁ ଦୁଇ ବୁନ୍ଦା ଦିଆଯିବ।ଏହି ଟୀକାକରଣ ଦ୍ବାରା ରାଜ୍ୟ ଓ ଦେଶରୁ ପୋଲିଓ କୁ ସଂପୂର୍ଣ୍ଣ ଦୁର କରାଯାଇ ପାରିବ। ଏହି କାର୍ଯକ୍ରମ ଅବସରରେ ସମସ୍ତ ବ୍ଲକ ରେ ବିଭିନ୍ନ ସୂଚନା ଓ ଶିକ୍ଷାତ୍ମକ କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି l ପୋଲିଓ ବୁନ୍ଦା ପ୍ରତ୍ୟେକ ଥର ଦିଅନ୍ତ ଓ ଆମ ଦେଶରୁ ତଥା ରାଜ୍ୟ ରୁ ପୋଲିଓ ସମ୍ପୂର୍ଣ୍ଣ ପୋଲିଓ ନିରାକରଣ ରେ ଯୋଗଦାନ କରନ୍ତୁ ବୋଲି ସମସ୍ତ ଙ୍କୁ ବୁଝାଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *