ବୌଦ୍ଧ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ , ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ଜିଲ୍ଲାପାଳ
ବୌଦ୍ଧ— ଭାରତର ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ପବିତ୍ର ଜନ୍ମତିଥି ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମେରା ଯୁବା ଭାରତର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ସଂହତି ଓ ଏକତା ପ୍ରସଙ୍ଗରେ ସମସ୍ତଙ୍କୁ ଅବଗତ କରାଇ ଶପଥ ପାଠ କରାଇଥିଲେ l ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସହକାରୀ ଜିଲ୍ଲାପାଳ ଶରତ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ, ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ଅଧକାରୀ,ରଶ୍ମି ରଞ୍ଜନ ସେଠୀ, ନେହେରୁ ଯୁବ କେନ୍ଦ୍ର ଡିଜି ନୋମିନି ଦେବାଶିଷ ପୁରୋହିତ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ବୀରତ୍ୱ, ସାହାସିକତା, ଏକତା,ପ୍ରତିଜ୍ଞlବଦ୍ଧତା, ତାଙ୍କର ଦୁରଦୃଷ୍ଟି ଓ ଜୀବନୀ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମେରା ଭାରତର ର ଜ଼ିଲ୍ଲା ସଂଯୋଜକ ଆସମାନ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶପଥ ପାଠ ସଭାରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି, ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭଗବାନ ଯାନୀ, ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁଧୀର ଦୀପ,ବହୁ ରେଭିନ୍ୟୁ ଇନସ୍ପେକ୍ଟର, ବରିଷ୍ଠ ରାଜସ୍ୱ ସହାୟକ,କନିଷ୍ଠ ରାଜସ୍ୱ ସହାୟକ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )