October 23, 2025
Home » ବୌଦ୍ଧରେ ଭଗବାନ ଧନ୍ଵନ୍ତରୀ ଜୟନ୍ତୀ ପାଳିତ ଓ ସାଧାରଣସଭା ଅନୁଷ୍ଠିତ

ବୌଦ୍ଧରେ ଭଗବାନ ଧନ୍ଵନ୍ତରୀ ଜୟନ୍ତୀ ପାଳିତ ଓ ସାଧାରଣସଭା ଅନୁଷ୍ଠିତ

0
WhatsApp Image 2025-10-19 at 3.50.59 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଖଲିଆସାହି ଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଭଗବାନ ଧନ୍ଵନ୍ତରୀ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପୂଜକ ଭାବେ ପଣ୍ଡିତ ପ୍ୟାରୀ ମୋହନ ଶତପଥି ତୁଲାଇଥିବା ବେଳେ କର୍ତ୍ତାଭାବେ ଜଗବନ୍ଧୁ ଭୋକ୍ତା ତୁଲାଇଥିଲେ l ଏହି ଅବସରରେ ଏକ ସାଧାରଣ ବୈଠକ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ଉପ ସଭାପତି ବୈଦ୍ୟରାଜ ସନ୍ତୋଷ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ପ୍ୟାରୀ ମୋହନ ଶତପଥି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ l ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟ ସଙ୍ଘ ସଭାପତି ଉପେନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କର ଅନୁଭୂତି ଉପସ୍ଥାପନା କରିଥିଲେ l ବିଭିନ୍ନ ଆଲୋଚନାରେ ନିର୍ଗୁଣ ମହାକୁଡ଼, ଖଦାଳ ପ୍ରଧାନ, ଜଗନ୍ନାଥ ମଲ୍ଲିକ, ନିରଞ୍ଜନ ନାଗ, ସୁଶାନ୍ତ କୁମାର ପ୍ରଧାନ, ଜ୍ୟୋତିରଞ୍ଜନ ମାହାଣା,ଅଚ୍ୟୁତlନନ୍ଦ କରଡ଼ିଆ, ବିଛନ୍ଦ ଦେହୁରୀ, ଭୁବନ ପ୍ରଧାନ, ସମ୍ବରୁ ପ୍ରଧାନ, କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଆଲୋଚନା ପ୍ରକାରେ ବୈଦ୍ୟ ସଙ୍ଘ କମିଟି ପୁନଃଗଠନ ସହିତ ପଞ୍ଜିକରଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା l ଆସନ୍ତା ତା 26/10/25 ରିଖ ଦିନ 10ଘଣ୍ଟା ସମୟରେ ବୌଦ୍ଧ ସ୍ଥିତ ଗାୟତ୍ରୀ ମନ୍ଦିର ଠାରେ ନୂତନ ଜିଲ୍ଲା କମିଟି ଗଠନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ଅବସରରେ ହରଭଙ୍ଗା ବ୍ଲକ କମିଟି ଗଠନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ସୁଶାନ୍ତ କୁମାର ପ୍ରଧାନ (କାଇଁଚ ),ଉପ ସଭାପତି ନିରଞ୍ଜନ ନାଗ, ସମ୍ପାଦକ ନିର୍ଗୁଣ ମହାକୁଡ଼, ସହ ସମ୍ପାଦକ ଜ୍ୟୋତି ରଞ୍ଜନ ମାହାଣା, କୋଷାଧ୍ୟକ୍ଷ ଜଗବନ୍ଧୁ ଭୋକ୍ତା, କାର୍ଯ୍ୟକାରୀ ସଦସ୍ୟ ସମ୍ବାରୁ ପ୍ରଧାନ, ବିଛନ୍ଦ ଦେହୁରୀ, ଗୋଲବଜନ ପାତ୍ର, ଶିବ ରଣା, ଶୁଶିଲ ଦେହୁରୀ, ପ୍ୟାରୀ ମୋହନ ଶତପଥିଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା l ଶେଷରେ କର୍ମକର୍ତ୍ତା ମାନେ ଶପଥ କରିଥିଲେ l ଶେଷରେ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *