ବୌଦ୍ଧିକ କ୍ଷେତ୍ରରେ ଉନ୍ନତି ହେଲେ ସମାଜରେ ଅଭୁତ ପୂର୍ବ ବିକାଶ ହେବ
ଆଳି: ଯେଉଁ ସମାଜ ବୌଦ୍ଧିକ କ୍ଷେତ୍ରରେ ଯେତେ ଉନ୍ନତ ସେ ସମାଜ ସେତେ ଶୃଙ୍ଖଳିତ ହୋଇଥାଏ ଓ ଭବିଷ୍ୟତ ପିଢ଼ି ସେଇଭଳି ଭାବେ ନିଜକୁ ଗଢି ତୋଳିବାକୁ ଚେଷ୍ଟା କରିବେ। ଆଜିର ବିଶ୍ୱ ବୈଷୟିକ କ୍ଷେତ୍ରରେ ଯେତିକି ଉନ୍ନତି ଲାଭ କରିଛି, ବୗଦ୍ଧିକ କ୍ଷେତ୍ରରେ ସେହି ପରିମାଣରେ ଉନ୍ନତି କରି ନାହଁ ବୋଲି ପରାଗ ସାହିତ୍ୟ ସଂସଦ ର ୪୪ ତମ ବାର୍ଷିକ ଉତ୍ସବ ରେ ଅତିଥି ମାନେ ଏହା ପ୍ରକାଶ କରିଛନ୍ତି।ଆଳି ର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ପରାଗ ସାହିତ୍ୟ ସଂସଦ ର ସଭାପତି ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ଯେlଗ ଦେଇ ବିଶିଷ୍ଠ କବି ଓ ସ୍ତମ୍ଭକାର ନିରାକାର ଦାସ କହିଲେ ଯେ ପରିବର୍ତିତ ବିଶ୍ୱ ରେ ଆମେ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଯେତିକି ଉନ୍ନତି ଲାଭ କରିଛି, ସମପରିମାଣରେ ବୗଦ୍ଧିକ କ୍ଷେତ୍ରରେ ଆମେ ଉନ୍ନତି ଲାଭ କରି ପାରିନାହାନ୍ତି। ବୗଦ୍ଧିକ କ୍ଷେତ୍ରରେ ଉନ୍ନତି ନ ହେଲେ ସମାଜ ନିମ୍ନ ଗାମୀ ହେବ। ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିବ। ତେଣୁ ଆମକୁ ଏବେ ଠାରୁ ସଚେତନ ହେବାକୁ ପଡିବ। ଯେଉଁ ସମାଜ ବୌଦ୍ଧିକ କ୍ଷେତ୍ରରେ ଯେତେ ଉନ୍ନତ, ସେହି ସମାଜ ନିମ୍ନ ମୁଖି ନୁହେଁ ଉର୍ଦ୍ଧ ମୁଖି ହୋଇ ଉନ୍ନତିର ଚରମ ସୀମା ସ୍ପର୍ଶ କରେ।ମୁଖ୍ୟ ଅତିଥି ଭାବେ ଯେଗଦେଇ ବରିଷ୍ଠ କବି ଡ. ଶ୍ରୀହରି ଧଳ କହିଲେ ଯେ ମଣିଷ ଏବେ ଵ୍ୟକ୍ତି କେନ୍ଦିକ ହୋଇଯାଇଛି. ଯାହା ଫଳରେ ପରିବାର ମଧ୍ୟରେ ଠିକ୍ ସମନ୍ୱୟ ରହି ପାରୁନାହିଁ। ବାପା ମାଆ ଙ୍କୁ ପିଲାମାନେ ଯତ୍ନ ନେବାରେ ଅବହେଳା ପ୍ରକାଶ କରୁଛନ୍ତି। ଏଥିପାଇଁ ପିଲା ମାନଙ୍କୁ ବ୍ୟକ୍ତି କୈନ୍ଦ୍ରିକ କର ନ ଗଢି ସମାଜ କୈନ୍ଦ୍ରିକ କରି ଗଢି ତେଳିବା ଉଚିତ। ସମ୍ମାନିତ ଅତିଥି ଭାବେ କବି ଓ ପ୍ରାବନ୍ଧିକ ରାଜୀବ ପାଣି କହିଲେ ଯେ ସମାଜ ଆଜି ନିମ୍ନ ଗାମୀ ହେଉଛି। ସାହିତ୍ୟ ହିଁ ଏହି ନିମ୍ନ ଗାମୀ ସମାଜ କୁ ବାଟ ଦେଖେଇ ପାରିବ। ତେଣୁ ବୗଦ୍ଧିକ କ୍ଷେତ୍ରକୁ ଉନ୍ନତି କରାଯିବା ଉଚିତ। ଅନ୍ୟତମ ସମ୍ମିନିତ ଅତିଥି ଇଂ ନିଳାଦ୍ରୀଭୂଷଣ ମହାପାତ୍ର ଯେlଗ ଦେଇ କହିଲେ ଯେ ସାହିତ୍ୟ କ ମାନେ ଜଣେ ଜଣେ ବଡ ସମାଜ ସସ୍କାରକ। ସେମାନେ ହଁ ସମାଜରେ ଉନ୍ନତି ର ପରିବାହକ। ଏହି ଅବସରରେ ଗୋକର୍ଣିକାର ସଂପାଦକ ରମାକାନ୍ତ ଯେନାଙ୍କୁ ପରାଗ ସ୍ବତନ୍ତ୍ର ସମ୍ମାନ, ରାଜୀବ ପାଣି ଙ୍କୁ ପ୍ରଥମ ଶୋଭମଣି ସ୍ବାଇଁ କବିତା ସମ୍ମାନ,, ପ୍ରେମାନନ୍ଦ ଖଣ୍ଡୁଆଳଙ୍କୁ ରତ୍ନାକର ମିଶ୍ର ଶିକ୍ଷା ଓ ସାହିତ୍ୟ ସମ୍ମାନ, ସୀମାଚଳ ଦାସ ଙ୍କୁ ପରାଗ ଗଳ୍ପ ସମ୍ମାନ, ଡ଼. ସ୍ବର୍ଣ ପ୍ରଭା ଖଟୁଆ ଙ୍କୁ ପରାଗ ଯୁବ କବି ସମ୍ମାନ, ପ୍ରଦୀପ୍ତ ମହାନ୍ତି ଙ୍କୁ ପରାଗ ସର୍ଜନ ସମ୍ମାନ, ଖଗେଶ୍ୱର ମହାନ୍ତି ଙ୍କୁ ପରାଗ କବିତା ସମ୍ମାନ ୨୦୨୬, ଶୋଭନା ଜେନା ଙ୍କୁ ପରାଗ ସଫଳ ସାହିତ୍ୟିକ ସମ୍ମାନ, ନିହାରିକା ରଥ ଙ୍କୁ କବିତା ସମ୍ମାନ,ସନ୍ତୋଷୀନି ଦାଶ ଗିରି ଙ୍କୁ ସଫଳ କବି ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା। ଏହି ଅବସରରେ ନୀଳାମ୍ବର ପଣ୍ଡା ଙ୍କ କବିତା ସଂକଳନ ନୀଳତରଂଗ ଓ ସନ୍ତୋଷୀନି ଦାଶ ଗିରି ଙ୍କ କବିତା ଗୋଧୂଳି ସଞ୍ଜର ଗୀତ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l.ଦିତୀୟ ଅଧିବେଶନ ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସଵରେ ବରିଷ୍ଠ କବି ଅଶୋକ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। କବି ସର୍ବାଣି ଦାସ ଓ ଚାରୁଲତା ଭୂୟାଁ ଙ୍କ ସଯୋଜନାରେ ଓଡିଶା ର ବିଭିନ୍ନ ପ୍ରାନ୍ତର ରୁ ଆସି ଥିବା ୪୦ ରୁ ଉର୍ଧ୍ଵ ଅତିଥିକବି ସେମାନଙ୍କ ର ସ୍ବରଚିତ କବିତା ପାଠ କରିଥିଲେ। ସଂପାଦକ ବନମାଳୀ ସେନାପତି ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ କବି ସୁରେନ୍ଦ୍ର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
