June 12, 2026
Home » ବ୍ରହ୍ମପୁର ସବୁଜ ବାହିନୀର ଉଦ୍ୟମରେ ବିରାଟ ବଟବୃକ୍ଷ ପାଇଲା ନୂଆ ଜୀବନ

ବ୍ରହ୍ମପୁର ସବୁଜ ବାହିନୀର ଉଦ୍ୟମରେ ବିରାଟ ବଟବୃକ୍ଷ ପାଇଲା ନୂଆ ଜୀବନ

0
WhatsApp Image 2026-06-12 at 12.42.55 PM

ବ୍ରହ୍ମପୁର, : ସହରର ଫାର୍ଷ୍ଟ ଗେଟ୍ ନିକଟସ୍ଥ ହନୁମାନ ମନ୍ଦିର ପାଖରେ ଥିବା ଏକ ବିରାଟ ଓ ପରିପକ୍ୱ ବଟବୃକ୍ଷ, ଯାହା କିଛି ଦିନ ପୂର୍ବରୁ କାଳବୈଶାଖୀ ଝଡ଼ ପ୍ରଭାବରେ ଉପୁଡ଼ି ପଡ଼ିଥିଲା, ତାହାକୁ ବ୍ରହ୍ମପୁର ସବୁଜ ବାହିନୀର ଉଦ୍ୟମରେ ପୁନର୍ବାର ଉଦ୍ଧାର କରାଯାଇ ସଫଳତାର ସହ ପୁନଃ ରୋପଣ କରାଯାଇଛି।ପରିବେଶ ସୁରକ୍ଷା ଓ ବୃକ୍ଷ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟରତ ବ୍ରହ୍ମପୁର ସବୁଜ ବାହିନୀର ସଦସ୍ୟମାନେ ଏହି ବିଶାଳ ବୃକ୍ଷକୁ ବଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ (BeMC) କମିଶନର ଏ ,ଶାସ୍ୟା ରେଡ୍ଡୀ ମହାଶୟୀ ଙ୍କୁ JCB ଯୋଗାଇବା ପାଇଁ ଅନୁରୋଧ କରାଯାଇଥିଲା। ସେହିପରି ଗଞ୍ଜାମ ଟ୍ରକ୍ ମାଲିକ ସଂଘର ସଭାପତି ପ୍ରମୋଦ କୁମାର ଜେନାଙ୍କ ସହଯୋଗରେ କ୍ରେନ୍ ବ୍ୟବସ୍ଥା କରାଯାଇଥିଲା। JCB ଓ କ୍ରେନ୍‌ର ସହାୟତାରେ ବୃକ୍ଷଟିକୁ ସତର୍କତାର ସହ ଉଠାଇ ପୁନର୍ବାର ରୋପଣ କରାଯାଇଥିଲା।ବର୍ତ୍ତମାନ ସମୟରେ ବଢ଼ୁଥିବା ତାପମାତ୍ରା, ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ପଛରେ ଅନିୟନ୍ତ୍ରିତ ବୃକ୍ଷ କଟା ଏକ ପ୍ରମୁଖ କାରଣ ହୋଇଥିବା ବେଳେ, ଏପରି ପରିପକ୍ୱ ବୃକ୍ଷମାନଙ୍କର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ସବୁଜ ବାହିନୀ ପକ୍ଷରୁ କୁହାଯାଇଛି। ଗୋଟିଏ ପରିପକ୍ୱ ବୃକ୍ଷ ହଜାର ହଜାର ପକ୍ଷୀ, କୀଟପତଙ୍ଗ ଏବଂ ମଣିଷଙ୍କୁ ଛାୟା, ଅମ୍ଳଜାନ ଓ ଆଶ୍ରୟ ପ୍ରଦାନ କରିଥାଏ।ଏହି ମହତ୍ କାର୍ଯ୍ୟରେ ସଙ୍ଘଠନର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ସାଗର ପ୍ରସାଦ ପାତ୍ରଙ୍କ ସମେତ ପି. ବିନୋଦ, ଅଜୟ କୁମାର ସାହୁ, ଅନିଲ କୁମାର ଚୌଧୁରୀ, ସୋହନ କୁମାର, ଚନ୍ଦନ ରାଉତ, ପ୍ରବୀଣ ନାୟକ, ଗଣେଶ ପାଣିଗ୍ରାହୀ, ମୁନା ଶତପଥୀ, ବିରଜା ପ୍ରସାଦ ପାତ୍ର, ରବୀନ୍ଦ୍ର ସାହାଣୀ, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶୀ ବେହେରା ଓ ଏ. ପ୍ରକାଶ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ପୂର୍ବରୁ ସବୁଜ ବାହୀନି ପକ୍ଷରୁ ଅନେକ ବୃକ୍ଷ ପୁନଃ ରୋପଣ କରାଯାଇ ନୂଆଁ ଜୀବନ ଦିଆଯାଇଛି
“ଗୋଟିଏ ପରିପକ୍ୱ ବୃକ୍ଷକୁ ବଞ୍ଚାଇବା, ଶହ ଶହ ଚାରା ରୋପଣ ସହିତ ସମାନ ଗୁରୁତ୍ୱପୂର୍ଣ୍ଣ” ବୋଲି ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ କୁହା ଯାଇଛି

Leave a Reply

Your email address will not be published. Required fields are marked *