ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ତ୍ରି-ମୂର୍ତ୍ତି ଶିବ ଜୟନ୍ତୀ ପାଳିତ
ଛତ୍ରପୁର: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ପକ୍ଷରୁ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ୯୦ତମ ତ୍ରି-ମୂର୍ତ୍ତି ଶିବବାବା ଙ୍କ ଜୟନ୍ତୀ ସମାରୋହ ତ୍ରି-ଦିବସୀୟ କାର୍ଯ୍ୟକ୍ରମ ଭାବେ ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ନିମନ୍ତେ ଅଦ୍ୟାବଧି ଛତ୍ରପୁର ବ୍ଲକ୍ ଏବଂ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ୧୪ଟି ରୁ ଉର୍ଦ୍ଧ୍ବ ଗ୍ରାମରେ ଶିବ ସନ୍ଦେଶ କାର୍ଯ୍ୟକ୍ରମ ସଚେତନତାଜାରୀ କରାଯାଇଥିଲା ।ପାଖାପାଖି ୨୦ଟି ସ୍ଥାନରେ ଆସର,ସମାବେଶ ଆଦି ଅଯୋଜନ ହୋଇ ଶତାଧିକ ପ୍ରତିନିଧି ମଣ୍ଡଳୀ ଙ୍କୁ ନେଇ ଲୋକଙ୍କୁ ଶିବ ସଚେତନତା ଅଭିଯାନ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ ସମାହିତ କରାଯାଇଛି । ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଭାଇଭଉଣୀ ଗଣ, ଶିବ ଭକ୍ତବୃନ୍ଦ ତଥା ଗ୍ରାମବାସିନ୍ଦା ଯୋଗଦାନ କରିଥିଲେ । ଉକ୍ତ ସ୍ଥାନଗୁଡିକ ଯଥା ଛତ୍ରପୁର ରେଳଷ୍ଟେସନ ରୋଡ,ଚିକଲଖଣ୍ଡି,ତାଲଇପଲ୍ଲୀ,ରୁକ୍ମଣୀଗାଁ, ଦିବ୍ୟସିଂହପୁର, ସାହେବଜେନାପଲ୍ଲୀ, କରପଡ଼ା,ଆଲିଆବାଦ,ଶାନ୍ତି ନଗର, ଛତ୍ରପୁର ମେନ ରୋଡ, ଗୌତମ ନଗର, ଭାଗ୍ୟଲକ୍ଷ୍ମୀ ନଗର, ସୁନ୍ଦରପୁର, ଆଦି ବିଭିନ୍ନ ସ୍ଥାନରେ ଶାନ୍ତି ଶୋଭାଯାତ୍ରା ସହ ଶିବ ପତାକା ଉତ୍ତୋଳନ ଅବସରରେ ପ୍ରକୃତ ଶିବରାତ୍ରିର ମହତ୍ତ୍ୱ ବିଷୟରେ ଆଲୋକପାତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଛତ୍ରପୁର ମୁନିସିପେଣ୍ଠ ଅଧିକ୍ଷକ ଡାକ୍ତର ସ୍ବାଧିନ ରଥ,ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ଆଲିଆବାଦ ସରପଞ୍ଚ, ସୁନ୍ଦରପୁର ସରପଞ୍ଚ ପ୍ରମୁଖ ଯୋଗଦାନ କରି ମହାଶିବରାତ୍ରି ବିଷୟରେ ସମସ୍ତ ଭାଇ ଓ ଭଉଣୀଙ୍କୁ ଶିବ ପରମାତ୍ମା, ଶିବ ସନ୍ଦେଶ ଉପରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
