July 6, 2025
Home » ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଆୟୋଜିତ।

ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଆୟୋଜିତ।

0
WhatsApp Image 2025-05-02 at 7.01.29 AM (1)

କେନ୍ଦୁଝର,ତା୧/୫- ଗତ ଅପ୍ରେଲ ୩୦ ତାରିଖରୁ ମେ ୧ ତାରିଖ ପର୍ଯ୍ୟନ୍ତ ଦୁଇଦିନ ଧରି କେନ୍ଦୁଝର ସଦର ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଯୋଗ ଦେଇ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ସଦର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି. ଆର. ସି.ସି. ମାନସ କୁମାର ମିଶ୍ର ଯୋଗଦେଇ ବିଭିନ୍ନ ପ୍ରକାର ଟି.ଏଲ.ଏମ. ପ୍ରସ୍ତୁତି ସମୟରେ ବିନା ମୂଲ୍ୟ ଓ ସ୍ୱଳ୍ପ ମୂଲ୍ୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷକ ବିଜୟ କୁମାର ମିଶ୍ର ଏକ ଉତ୍ତମ ଶିକ୍ଷଣ ସାମଗ୍ରୀର ଗୁଣାବଳୀ ସମ୍ପର୍କରେ କହିଥିବା ବେଳେ ଶିକ୍ଷକ ସୁଧାକର କୁଅଁର ବିଭିନ୍ନ ଦକ୍ଷତା ଓ ଉପଦକ୍ଷତା ସମ୍ପର୍କରେ କହିଥିଲେ।

ସାଧନ କର୍ମୀ ତିଳୋତ୍ତମା ସାହୁ ଏକ ସୃଜନାତ୍ମକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିର ନିୟମ ତଥା କୌଶଳ ଉପରେ ବ୍ୟାଖ୍ୟା କରିଥିଲେ। ଅନ୍ୟତମ ସାଧନ କର୍ମୀ ରାମକୃଷ୍ଣ ମହାନ୍ତ ଯୋଗ ଦେଇ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିର ଉପାୟ ଜଣାଇଥିଲେ। ଏହି ଦୁଇ ଦିନରେ ୫୦ରୁ ଉର୍ଦ୍ଧ୍ବ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁର ଓ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *