July 1, 2026
Home » ବ୍ଲକସ୍ତରୀୟ ପିତୃମାତୃହିନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର ଅନୁଷ୍ଠିତ

ବ୍ଲକସ୍ତରୀୟ ପିତୃମାତୃହିନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର ଅନୁଷ୍ଠିତ

0
WhatsApp Image 2026-06-30 at 3.46.45 PM

 

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ବିନିକା ବ୍ଲକ ମିଶନ ଶକ୍ତି ଭବନ ଠାରେ ପିତୃ ମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଛି l ଏହି କ୍ୟାମ୍ପ ରେ ୨୩୪ ଜଣ ଶିଶୁ ଉପସ୍ଥିତ ରହିଥିଲେ। ଶିଶୁ ମଙ୍ଗଳ ସମିତି, ସୁବର୍ଣ୍ଣପୁର ଦ୍ୱାରା ସମସ୍ତ ଶିଶୁ ଏବଂ ଅଭିଭାବକ ଙ୍କ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ତଥ୍ୟ ସଂଗ୍ରହ କରା ଯାଇଥିଲା l ସମସ୍ତ ଶିଶୁ ମାନଙ୍କ ତଥ୍ୟ ତର୍ଜମା ପରେ ସରକାରଙ୍କ ବିଭିନ୍ନ ଯୋଜନା ଥିବା ବ୍ୟବସ୍ଥା ରେ ସାମିଲ କରାଯାଇ ଥଇଥାନ କରାଯିବ l ଏହି କାର୍ଯ୍ୟକ୍ରମକୁ ଶିଶୁ କଲ୍ୟାଣ ସମିତି ର ସଭ୍ୟ କେଶବ ଚନ୍ଦ୍ର ମେହେର ପରିଚାଳନା କରିଥିବା ବେଳେ ସମସ୍ତ ଶିଶୁଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥାପନା କାର୍ଯ୍ୟ ତୁଲାଇ ଥିଲେ l ଏହି ଶିବିର କୁ ଶିଶୁ ସୁରକ୍ଷା ବିଭାଗ ର ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ସେବା ବିଜୟ ବିଶ୍ୱାଳ , ସୁରକ୍ଷା ଅଧିକାରୀ ଅଣ ଆନୁଷ୍ଠାନିକ ସେବା ଗୌତମ ମହାପାତ୍ର, ରୁଦ୍ର ପ୍ରସନ୍ନ ମିଶ୍ର, ଜିତେନ୍ଦ୍ର ମଣ୍ଡଳ,ଥବିର କାଲସେ, ଅନିଲ ମହଲା ଓ ଚାଇଲଡ ହେଲ୍ପ ଲାଇନ ର ମାନସ ପଧାନ ଓ ଶିଶୁ କଲ୍ୟାଣ ସମିତି ଏ ଡି ଇ ଓ ଆକାଶ ରଣା ପରିଚାଳନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *