ବ୍ଲକସ୍ତରୀୟ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର —ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲଛିପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ଶିବିର ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାଇକେନପାଲି ର ଭାରପ୍ରାପ୍ତ ଅଧିକାରୀ ଡ଼.ରାମଶଙ୍କର ତ୍ରିପାଠୀ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଶୁଭାରମ୍ଭ କରିଥିଲେ l ଏହି ସ୍ଵାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ବୟସର ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲଛୀପୁର ର ଭାରପ୍ରାପ୍ତ ଅଧିକାରୀ ଡ଼. ସରୋଜ କୁମାର ମେହେର ଓ ଡ଼.ଦେବବ୍ରତ ନାଏକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ଏହି ସ୍ୱାସ୍ଥ୍ୟ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ି ଇ ଆଇ ସି ର ଅଭୟ ଲେଙ୍କା (Audiologist), ଡ଼. ସାଗରିକା ରଥ (physiotherapist) ରତନ ବିଶ୍ୱାଳ . (Special Educator ) ଓ Dr. ସତ୍ୟନାରାୟଣ ପଣ୍ଡା (Dentist ) ଯୋଗଦାନ ଦେଇଥିଲେ ଓ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଳଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ର RBSK ଟିମ୍ ର ଡ଼.ସରୋଜ କୁମାର ପଟେଲ, ଡ଼ ଚିତ୍ତରଞ୍ଜନ ତ୍ରିପାଠୀ, ଡ଼.ଲୋପାମୁଦ୍ରା ପଧାନ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ଛନ୍ଦାଚରଣ ପୁରୋହିତ, ପ୍ରଶାନ୍ତ ସାହୁ, ସାର୍ଥକ ରଞ୍ଜନ ବହିଦାର, ଅଜିତ ମହାଳିଙ୍ଗ, ଅଞ୍ଚଳ ମଟାରୀ, ଅନିଲ ମହାଳିଙ୍ଗ, ରୋଜାଲିନ ଧଳ, ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ ଓ ଆଶା ଦିଦି ମାନେ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର