July 6, 2025
Home » ବ୍ଲକ୍ ଛକ ରୁ ହଟା ଯାଇଥିବା ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଦାବି l

ବ୍ଲକ୍ ଛକ ରୁ ହଟା ଯାଇଥିବା ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଦାବି l

0
WhatsApp Image 2025-03-06 at 4.30.12 PM (1)

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ର ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ର ନେତୃତ୍ୱରେ ସୋନପୁର ବ୍ଲକ୍ ଛକ ରେ ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା ଆରମ୍ଭ ହୋଇଛି । ୨୦୨୧ ମସିହା ଫେବୃଆରୀ ମାସ ୫ ରେ ରାସ୍ତା ସମ୍ପ୍ରସାରଣ ବେଳେ ସନ୍ଥକବି ଭୀମଭୋଇ ଙ୍କ ପ୍ରତି ମୂର୍ତ୍ତି ବ୍ଲକ୍ ଛକ ରୁ ହଟାଇ ଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତି ବ୍ଲକ୍ ଛକ ର ଶୋଭା ବର୍ଦ୍ଧନ କରୁଥିଲା ତା ସହ ସୋନପୁର ରେ ଭୀମଭୋଇ ଙ୍କ ଅବଦାନ ଲୋକଙ୍କ ମାନସ ପଟ ରେ ଉଜ୍ଜୀବିତ କରୁଥିଲା । ପ୍ରାୟ ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଲକ୍ ଛକ ରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନ ହେବାରୁ ଗଣ ଆନ୍ଦୋଳନ ରୂପ ନେବାକୁ ବସିଲାଣି ।

ଏହି ଧାରଣା ରେ ପତଞ୍ଜଳି ଯୋଗ ସମିତି, ଜଗନ୍ନାଥ ମହୋତ୍ସବ କମିଟି, ଜୟଗୁରୁ ଅନୁଷ୍ଠାନ, ମାରୱାଡ଼ି ମହିଳା ମଞ୍ଚ , ନାଟ୍ୟଚକ୍ର, ମହାନଦୀ ସାହିତ୍ୟ ସଂସଦ, ଆର୍ଯ୍ୟ ସମାଜ, ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ଓକିଲ ସଂଘ , ତପସ୍ଵିନୀ ଅନୁଷ୍ଠାନ ର ସଦସ୍ୟ ବୃନ୍ଦ ଏହି ଧାରଣା ରେ ସାମିଲ ଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସଙ୍ଗଠନ ରୁ ମୀନା ମହରଣା, ଶ୍ୟାମା ଓଁ ପ୍ରସାଦ ମିଶ୍ର,ନାଟ୍ୟ ଶ୍ରୀ ଗଦାଧର ବାରିକ, ଶ୍ରଦ୍ଧାଞ୍ଜଳି ମିଶ୍ର,ସୁନନ୍ଦା ସାହୁ, ମଞ୍ଜୁ ମିଶ୍ର, ଦିଲ୍ଲୀପ ରଥ, ବ୍ରଜ ମୋହନ ଦାନୀ , ଭଗବତୀ ରାୟଗୁରୁ, ବଳ ଦେବ ପ୍ରସାଦ ବେଦବାକ୍, ଆରତୀ ଖମାରୀ, ବାସନ୍ତୀ ପାତ୍ର, ପୁଷ୍ପା ମେହେର, କଳ୍ପନା ମେହେର, ଗୀତା ବହିଦାର, ବୈକୁଣ୍ଠ ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ। ସତ୍ୟ ମହିମାଧର୍ମ ଶାସିନୀ ମହାସଂଘ ଭୀମଭୋଇ ସମାଧି ପୀଠ ଖଲିଆପାଲି ସଭାପତି ଦୁର୍ଗା ଚରଣ କଲତା ଓ ସୋନପୁର ମହିମା ମଠ ସଭାପତି ଗୋପାଲ ବାଘ୍ ମଧ୍ୟଏହି ଅନଶନ ଓ ଧାରଣା ରେ ବସିଥିଲେ। ଦୀର୍ଘ ବର୍ଷ ହେବ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ବ୍ଲକ୍ ଛକ ରୁ ସ୍ଥାନୀୟ ପ୍ରଶାସନ ହଟେଇ ଦେଇ ଅଳିଆ ଗଦା ରେ ରଖି ଦେଇଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ଓ ଯଥାଶୀଘ୍ର ବ୍ଲକ୍ ଛକ ରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସନ୍ଥକବି ଭୀମଭୋଇ ସ୍ମୃତି ଟ୍ରଷ୍ଟର ସଭାପତି ଗୋରେଖନାଥ ସାହୁ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *