December 22, 2025
Home » ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟରେ ଗଣିତ ପ୍ରଦର୍ଶନୀ ୨୦୨୫ ଉଦଘାଟିତ

ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟରେ ଗଣିତ ପ୍ରଦର୍ଶନୀ ୨୦୨୫ ଉଦଘାଟିତ

0
Screenshot 2025-12-22 133624

ଶୁକ୍ରବାର ପୁରୀ ଭିଆଇପି ରୋଡ ସ୍ଥିତ ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ଗଣିତ ପ୍ରଦର୍ଶନୀ ହାଇପରିୟନ୍ ୨୦୨୫ ଉଦଘାଟିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡାଃ ସ୍ମିତା ସାହୁ ସମ୍ମାନିତ ଅତିଥି ରୂପେ ସିଷ୍ଟର ଆଡୋରସର ମୁଖ୍ୟ ସିଷ୍ଟର ମ୍ୟାରୀ ରୋଜ ଓ ବିଦ୍ୟାଳୟର ପ୍ରିନ୍ସିପାଲ ସିଷ୍ଟର ମ୍ୟାରୀ ଜର୍ଜଙ୍କ ଉପସ୍ଥିତିରେ ଉଦଘାଟିତ କରିଥିଲେ l

ଏହି ଅବସରରେ ବିଦ୍ୟାଳୟର ୭୦୦ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ୨୪୦ରୁ ଉର୍ଦ୍ଧ୍ବ ଆକର୍ଷଣୀୟ ଗଣିତ ପ୍ରକଳ୍ପ ଗୁଡିକୁ ଅତିଥି ଓ ବିଭିନ୍ନ ଅଭିଭାବକ ମାନେ ବୁଲି ଦେଖିବା ସହ ବହୁତ ଉଚକୋଟିର ହୋଇଥିବା କହି ପ୍ରଶଂସା କରିଥିଲେ l ଏହି ଅବସରରେ ବିଦ୍ୟାଳୟର ପରିସରରେ ଆୟୋଜିତ ହୋଇଥିବା ଏକ ମିନି ବଜାରକୁ ଅଭିଭାବକ ମାନେ ବହୁତ ଉପଭୋଗ କରିଥିଲେ l ଏହି ପ୍ରଦର୍ଶନୀ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କ ଦ୍ବାରା ଶୃଙ୍ଖଳାର ସହ ପରିଚାଳିତ ହୋଇଅଛି l

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *