November 20, 2025
Home » ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ ଓ ସମବାୟ ସମିତି ସମ୍ପାଦକ ଭିଜିଲାନ୍ସ ଜାଲରେ

ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ ଓ ସମବାୟ ସମିତି ସମ୍ପାଦକ ଭିଜିଲାନ୍ସ ଜାଲରେ

0
WhatsApp Image 2025-11-15 at 3.22.24 PM

l

ସୁବର୍ଣ୍ଣପୁର– ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ ସତ୍ୟାନନ୍ଦ ବେହେରା ଓ ବୟନଶିଳ୍ପ ଉଲୁଣ୍ଡାର ବୁଣାକାର ସମବାୟ ସମିତି ସଚିବ ରମାକାନ୍ତ ମେହେରଙ୍କୁ ପୋହି ଯୋଜନା ଅଧୀନରେ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କ ବୃତ୍ତି ପାଇଁ ୩୬,୦୦୦ ଟଙ୍କା ଲାଞ୍ଚ ନେବା ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱରା ଗିରଫ କରାଯାଇଛି । ପ୍ରଶିକ୍ଷାର୍ଥୀମାନଙ୍କ ଠାରୁ ସେମାନଙ୍କର ତାଲିମ ଭତ୍ତା ରାଶି ପ୍ରଦାନ କରିବା ପାଇଁ ମୋଟ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ପ୍ରଥମ କିସ୍ତି ଭାବରେ ୩୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ମାଡି ବସିଥିଲା ଓଡ଼ିଶା ଭିଜିଲାନ୍ସ ଟିମ୍ । ତାଙ୍କ ପାଖରୁ ଲାଞ୍ଚ ନେଇଥିବା ୩୬ ହଜାର ଟଙ୍କା ନଗଦ ଜବତ କରାଯାଇଛି । ପରେ ରାତି ୧୦ ଟା ବେଳେ ଉଭୟଙ୍କୁ ଗିରଫ ନେଇ ସୂଚନା ଦିଆଯାଇଛି । ପ୍ରଶିକ୍ଷାର୍ଥୀମାନେ ପିଓଏଚ୍‌ଆଇ (ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ) ଅଧୀନରେ ଟି.ଆଇ.ଇ ରଙ୍ଗ ତିଆରି ଏବଂ ବୟନ ଉପରେ ଦକ୍ଷତା ବୃଦ୍ଧି ତାଲିମ ନେଉଥିଲେ । ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ, ତାଲିମ ଅବଧି ମଧ୍ୟରେ ଜଣେ ପ୍ରଶିକ୍ଷାର୍ଥୀ ପ୍ରତିଦିନ ୨୦୦ ଟଙ୍କା ଭତ୍ତା ପାଇଥାନ୍ତି । ତାଲିମ ଶେଷ ହେବାକୁ ଯାଉଥିବାରୁ ପ୍ରଶିକ୍ଷାର୍ଥୀମାନେ ସହକାରୀ ନିର୍ଦ୍ଦେଶକ ଶ୍ରୀ ବେହେରାଙ୍କୁ ସେମାନଙ୍କର ଭତ୍ତା ରାଶି ପ୍ରଦାନ କରିବାକୁ ଅନୁରୋଧ କରୁଥିଲେ । କିନ୍ତୁ ଅଭିଯୁକ୍ତ ସହକାରୀ ନିର୍ଦ୍ଦେଶକ ଶ୍ରୀ ବେହେରା ପ୍ରଶିକ୍ଷାର୍ଥୀମାନଙ୍କ ଠାରୁ ଭତ୍ତା ରାଶି ପ୍ରଦାନ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ପ୍ରସଙ୍ଗରେ କ୍ଷୁବ୍ଧ ହୋଇ ସେମାନେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଆଜି ଅଭିଯୁକ୍ତ ଶ୍ରୀ ବେହେରାଙ୍କୁ ଗିରଫ କରିଛି । ପରେ ସହକାରୀ ନିର୍ଦ୍ଦେଶକ ଶ୍ରୀ ବେହେରାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏବଂ ଶ୍ରୀ ମେହେରଙ୍କ ସହିତ ଜଡିତ ଗୋଟିଏ ସ୍ଥାନରେ ଏକକାଳୀନ ସନ୍ଧାନ ଚାଲିଛି । ଅଭିଯୁକ୍ତ ଦ୍ୱୟ ଶ୍ରୀ ବେହେରା ଏବଂ ଶ୍ରୀ ମେହେରଙ୍କ ବିରୁଦ୍ଧରେ ସମ୍ବଲପୁର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୫/୨୦୨୫, ୟୁ/ଏସ୍‌-୭/୧୨ପିସି (ସଂଶୋଧନ) ଆଇନ, ୨୦୧୮ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *