July 1, 2025
Home » ଭକ୍ତ ଗହଣରେ ଵାହୁଡିଲେ ବଡ଼ ଠାକୁର

ଭକ୍ତ ଗହଣରେ ଵାହୁଡିଲେ ବଡ଼ ଠାକୁର

0
gania

ନୟାଗଡ ଜିଲ୍ଲା ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀ ଶ୍ରୀ ଜଗନ୍ନାଥ ଜୀଉଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ଆଡ଼ପ ମଣ୍ଡପରେ ଭକ୍ତ ମାନଙ୍କୁ ଦର୍ଶନ ଦେବାପରେ ଆଜି ଶ୍ରୀଜୀଉ ମାନେ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି। ଆଜି ସକାଳୁ ଠାକୁରଙ୍କ ସମସ୍ତ ନିତିକାନ୍ତି ସରିବା ପରେ ଅପରାହ୍ନ ୪ଟା ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା। ପରେ ରଥ ଉପରେ ଆଳତୀ ଓ ନିତିକାନ୍ତି ସାରି ରଥଟଣା ଆରମ୍ଭ ହୋଇଥିଲା।

 

ହଜାର ହଜାର ଭକ୍ତ ହରିବୋଲ ହୁଳହୁଳି ଦେଇ ରଥକୁ ଟାଣିଥିଲେ। ଆଜି ଗଣିଆ ଗାଁ ମଝିରେ ଥିବା ମା” କଳାପାଟଙ୍କ ମନ୍ଦିର ନିକଟରେ ରଥ ଅଟକି ରହିଚି । ଆସନ୍ତା କାଲି ରଥଟଣା ହୋଇ ମନ୍ଦିର ପାଖରେ ପହଞ୍ଚିବ ବୋଲି କମିଟି ତରଫରୁ ସୂଚନା ମିଳିଛି। ବୁଧବାର ରଥ ଉପରେ ଏକାଦଶୀ ସାରି ଗୁରବାର ଦିନ ପ୍ରଭୁ ମନ୍ଦିର ବିଜେ କରିବେ ବୋଲି ମନ୍ଦିର ପ୍ରଶାସନ ଜଣାଇଛନ୍ତି । ଆଜିର କାର୍ଯକ୍ରମ ରେ ପୋଲିସ ପ୍ରଶାସନ ଓ ବିଦ୍ୟୁତ ବିଭାଗ ସହଯୋଗ ରହିଥିଲା ।

 

ଗଣିଆ ଇପିଏ ରୁ ଅଖିଳ ବିହାରୀ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *