ଭଙ୍ଗା କୁଡ଼ିଆରେ ରହୁଥିବା ବୃଦ୍ଧାଙ୍କୁ ଭେଟିଲେ ଆପ୍ କର୍ମକର୍ତ୍ତା କେନ୍ଦୁଝର,
କେନ୍ଦୁଝର ଆମ୍ ଆଦମୀ ପାର୍ଟିର ଏକ ଟିମ୍ ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହଙ୍କ ନେତୃତ୍ୱରେ କେନ୍ଦୁଝର ସଦର ବ୍ଲକ୍ ମଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ଘୁଟୁର ଗ୍ରାମକୁ ପରିଦର୍ଶନ କରିଥିଲେ। ଏହି ଗ୍ରାମରେ ବହୁ ସମସ୍ୟା ରହିଥିବାର ଅନୁଧ୍ୟାନ କରିଥିଲେ। ବହୁଲୋକ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାପାଇଁ ଯୋଗ୍ୟ ଥିଲେ ମଧ୍ୟ ଏଯାଏ ଘର ପାଇନାହାନ୍ତି। ଏହି ପରିପ୍ରେକ୍ଷୀରେ ଆପ ଟିମ୍ ଭେଟିଥିଲେ ଜଣେ ବୁଦ୍ଧା ମହିଳାଙ୍କୁ ଯାହାଙ୍କ ନାମ ସୁକୁମାରୀ ଜେନା ବୟସ ପାଖାପାଖି ୮୦ପାର କଲାଣି। ସେ ଗୋଟିଏ ଭଙ୍ଗା କୁଡିଆ ଘରେ ରହୁଛନ୍ତି ଯେଉଁଥିରେ ରହିବା ଅସମ୍ଭବ। ବର୍ଷା ଦିନରେ ଘର ସାରା ପାଣି ରୋଷେଇ କରିବା ସହ ରହିବ କଷ୍ଟକର ହୋଇପଡିଛି। ସେହିପରି ବୟସ ୮୦ ବର୍ଷ ଉପରେ ହେଲାପରେ ମଧ୍ୟ ସରକାରଙ୍କ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ତାଙ୍କ ପାଇଁ ଲାଗୁ ହୋଇନି ସେ ପୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସଦର ନିର୍ବାଚନ ମଣ୍ଡଳୀ ଭୋଟର। ତେଣୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆମ ଆଦମୀ ପାର୍ଟିର ସଦସ୍ୟ ମାନେ ଜଣାଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଶୁଭଙ୍କର ମହାନ୍ତି, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଜୟକୃଷ୍ଣ ନାଏକ ପ୍ରମୁଖ ଆଜି ଏହି ପରିଦର୍ଶନରେ ଯୋଗ ଦେଇଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ
