ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭଞ୍ଜନଗରଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପ-ଜିଲ୍ଲାପାଳ ଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପ-ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନେଇ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ସମସ୍ତ ଙ୍କୁ ଉପ-ଜିଲ୍ଲାପାଳ ଶ୍ରୀ ସେଠୀ ନବବର୍ଷ ର ଶୁଭେଚ୍ଛା ଜଣାଇଥିଲେ । ଜାନୁଆରୀ ଛବିଶି ଦିବସ ଦିନ ପ୍ରତ୍ୟୁଷ ୫ ଘଣ୍ଟାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହରରେ ରାମଧୂନ୍ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭ଘଣ୍ଟା ୧୫ମି ରେ ପତାକା ଉତ୍ତୋଳନ କରିବେ ।
ସକାଳ ଘ ୮ଘଣ୍ଟା ୩୦ ମି ସମୟରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ ) ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ବିଗତ ବର୍ଷ ମାନଙ୍କ ପରି ଚଳିତବର୍ଷ ପ୍ୟାରେଡ୍ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ l ଏହା ସହ ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ପ୍ୟାରେଡ୍ ଅଭ୍ୟାସ ଆସନ୍ତା ୨୩ ତାରିଖରୁ ୨୪, ତାରିଖ ମଧ୍ୟରେ ସ୍ଥାନୀୟ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି । ଏଥି ସହ ଓଡ଼ିଆ ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ ଓ ବ୍ରକ୍ତୃତା ପ୍ରତିଯୋଗିତା ଉପଖଣ୍ଡ ସ୍ତରୀୟ କ୍ରମେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଉପଖଣ୍ଡର ପ୍ରତି ବ୍ଲକ ରୁ ଗୋଟିଏ ଲେଖାଏଁ ପ୍ୟାରେଡ୍ ଟ୍ରୁପ୍ ଅଂଶଗ୍ରହଣ କରିବେ ବୋଲି ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା,ଭଞ୍ଜନଗର , ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ, ଏନ୍.ସି.ସି ଅଫିସର କେ.ଏ ସ.ୟୁ ବି କଲେଜ,ମଧୁସୂଦନ ଟ୍ରଷ୍ଟ ର ଶ୍ରୀ ସୁନୀଲ କୁମାର ପଟ୍ଟନାୟକ ,ବଣିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ,ଓ ,ଖୁଚୁରା ବ୍ୟବସାୟୀ ସଂଘ ର ସଭାପତି ଗୌରୀ ଶଙ୍କର ପାତ୍ର ଓ ସମ୍ପାଦକ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମାଜ ସେବୀ ମୁରଲୀଧର ପଣ୍ଡା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ସାମ୍ବାଦିକ,ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,ସୂଚନା ଲୋକ ସମ୍ପର୍କ ବିଭାଗର ପ୍ରଦୀପ କୁମାର ପାତ୍ର ଓ ତାରିଣୀ ସାହୁ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶତପଥୀ ସମସ୍ତ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )