ଭଞ୍ଜନଗର ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ ।
ନୟାଗଡ଼ : ନୟାଗଡ଼ କପ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଥିଲା ପ୍ରଥମ ସେମି ଫାଇନାଲ ।ପରସ୍ପରକୁ ଭେଟିଥିଲେ ମରାଠା ୧୧ ଏଫ୍ ସି ଭଞ୍ଜନଗର ଏବଂ ଏସ ଜେ ସି ଫୁଟବଲ କେରଳ । ଆଜିର ସେମି ଫାଇନାଲ ସେମି ଫାଇନାଲ ଖେଳରେ ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚରେ ଉପସ୍ଥିତ ରହି ଉଭୟ ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଜନତା ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ସମିତି ସଭ୍ୟ ମୁଥାଗାଡ଼ିଆ, ଦିଲୀପ କୁମାର ହାତୀ, ନୀଳମାଧବ ପଣ୍ଡା ସଭାପତି ଛାତ୍ର ବିଜୁ ଜନତା ଦଳ, ସତ୍ୟବ୍ରତ ପଟ୍ଟନାୟକ ସଭାପତି ଯୁବ ଜନତା ଦଳ , ସୁଶାନ୍ତ କୁମାର ପ୍ରଧାନ ସରପଞ୍ଚ ମୁଥାଗଡିଆ, ରବୀନ୍ଦ୍ର କୁମାର ଜେନା ଜିଲ୍ଲା ଉପ ସଭାପତି ଯୁବ ଜନତା ଦଳ, ସମାଜସେବୀ ଅବିନାଶ ସାହୁ, ଭଞ୍ଜ କିଶୋର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ରେଫେରୀ ଜ୍ୟୋତି ରଞ୍ଜନ ସ୍ବାଇଁ ଆଜିର ଖେଳ ପରିଚାଳନା କରିଥିଲେ ଏବଂ ତାଙ୍କୁ ଲାଇନରେ ସହାୟତା କରିଥିଲେ ପ୍ରସନ୍ନ ନାୟକ ଓ ସରୋଜ ମହାରଣା । ୪ର୍ଥ ରେଫରୀର କାର୍ଯ୍ୟ ତୁଲାଇଥିଲେ ଆନ୍ତର୍ଜାତିକ ରେଫରୀ ରାଜୁ ମହାନ୍ତି । ପ୍ରଥମରୁ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରୀ ରହିଥିଲା ଏବଂ ଖେଳ ଅମିମାଂସିତ ରହିଥିଲା।

ଦିତିୟାର୍ଦ୍ଧାରେ ଭଞ୍ଜନଗର ଦଳର ୧୧ ନମ୍ବର ଖେଳାଳି ବିକ୍ରମ ଗୋଟିଏ ଗୋଲ୍ ଦେଇ ଦଳକୁ ୧ – ୦ ଗୋଲରେ ଆଗୁଆ ରଖିଥିଲେ ।ପରବର୍ତ୍ତୀ ସମୟରେ କେରଳ ଗୋଲ ସୁଝାଇ ପାରିନଥିଲେ ।ଯାହା ଫଳରେ ଭଞ୍ଜନଗର ଫାଇନାଲକୁ ଉନ୍ନୀତ ହୋଇଛି । ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ । ଆସନ୍ତା କାଲି ଏଠାରେ ଉତ୍କଳ ସ୍ପୋର୍ଟିଂ କ୍ଳବ୍ ଜଟଣୀ ଏବଂ ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିବେ।ଆଜିର ଖେଳରେ କେରଳ ଦଳର ୨ ନମ୍ବର ଖେଳାଳି ନନ୍ଦୁଆନ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇ ଟ୍ରଫି ହାସଲ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
