ଭଟଲି ଉପକୋଷାଗାରର ପୂର୍ବତନ କିରାଣୀଙ୍କୁ ଲାଞ୍ଚ ମାମଲାରେ ୪ ବର୍ଷ ସଶ୍ରମ କରାଦଣ୍ଡାଦେଶ
ବରଗଡ଼ ଜିଲ୍ଳା ଭଟଲି ଉପକୋଷାଗାରର ପୂର୍ବତନ କିରାଣି ରାଜେନ୍ଦ୍ର ନାରାୟଣ ମେହେର କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ଏକ ଗୁରୁତ୍ଵପୂର୍ଣ୍ଣ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରାଇବାରେ ସଫଳ ହୋଇଛନ୍ତି. ବରଗଡ଼ ଭିଜିଲାନ୍ସ ବିଭାଗର ସ୍ଵତନ୍ତ୍ର ବିଚାରପତି ମେହେରଙ୍କୁ ଦୁର୍ନୀତି ନିବାରଣ ଆଇନ୍ ୧୯ ୮୮ର ଧାରା ୟୂଏସ୍ ୧୩(୨) ସହ ଆରଡବ୍କୁ ୧୩(୧)(ଡ଼ି) ଏବଂ ଧାରା ୭ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି, ମେହେର ସର୍ବଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ଜଣେ ସିଆର୍ ସିସିଙ୍କ ପୁଅର ଚିକିତ୍ସା ଖର୍ଚ୍ଚର ପୁନଃଭରଣ ବିଲ୍ ପାସ୍ କରିବାପାଇଁ ଲାଞ୍ଚ ଦାବୀ ତଥା ଗ୍ରହଣକରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି. ଅଦାଲତ ତାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି, ରାୟ ପ୍ରକାଶ ପରେ ମେହେରଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଅଛି, ଏଥି ସହିତ ପେନସନ୍ ବନ୍ଦ କରିବାପାଇଁ ଓଡ଼ିଶା ଭିଜିଲାନ୍ସ ସଂପୃକ୍ତ କ୍ଷମତା ସମ୍ପନ୍ନ ବିଭାଗରେ ଆବଶ୍ୟକ ପଦକ୍ଷେପ ନେବା ସକାଶେ ଜଣାଇବାରେ ବ୍ୟବସ୍ଥା କରିବେ,
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
