February 7, 2026
Home » ଭତ୍ତାବୃଦ୍ଧି ଦାବିରେ ପି. ଏମ. ଜି. ରେ ଗର୍ଜିଲେ ହିତାଧିକାରୀ ଓ ଦେଲେ ଗଣଧାରଣା

ଭତ୍ତାବୃଦ୍ଧି ଦାବିରେ ପି. ଏମ. ଜି. ରେ ଗର୍ଜିଲେ ହିତାଧିକାରୀ ଓ ଦେଲେ ଗଣଧାରଣା

0
WhatsApp Image 2024-12-18 at 5.34.34 PM

ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଲୋୟର ପି. ଏମ. ଜି. ଠାରେ ଶତାଧିକ ବୃଦ୍ଧି. ବୃଦ୍ଧା, ଦିବ୍ୟାଙ୍ଗ, କଳାକାର,ବିଧବା ଓ ଅସହାୟ ମହିଳା ମାନେ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା.ଏହି ପ୍ରତିବାଦ ସଭାରେ ଭତ୍ତା ପ୍ରଦାନ ସଂଘର୍ଷ ସମିତିର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଅଧକ୍ଷତା କରିଥିଲେ ଓ ପ୍ରତିବାଦ ସଭାରେ ରାଜ୍ୟ ସମ୍ପାଦକ ବୈକୁଣ୍ଠ ନାଥ ସାହୁ ଭତ୍ତା ବୃଦ୍ଧି ଦାବି ନେଇ ଦୀର୍ଘ ପାଞ୍ଚ ମାସ ଧରି ବିଭିନ୍ନ ଜିଲ୍ଲା କମିଟି ଆନ୍ଦୋଳନ ଚାଲୁ ରଖି ଥିବାରୁ ବିବରଣୀ ପାଠ କରିଥିଲେ.

ପ୍ରତିବାଦ ସଭାରେ ସି. ପି. ଆଇ. ସମ୍ପାଦକ ତଥା ପୁର୍ବତନ ବିଧାୟକ ଏନ. ନାରାୟଣ ରେଡି, ଫରୱାର୍ଡ଼ ବ୍ଲକ ରାଜ୍ୟ ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସଂଘର୍ଷ ସମିତି ରାଜ୍ୟ ଉପଦେଷ୍ଟା ଗୋକୁଳାନନ୍ଦ ମହାପାତ୍ର,ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା ଉପ ସଭାନେତ୍ରୀ ସବିତା ମହାପାତ୍ର ପୁରୀଜିଲ୍ଲା ସଭାପତି ସାୟାଦ ଆଜାଦ ଅଲ୍ଲୀ, ସମ୍ପାଦକ ବିଷ୍ଣୁପ୍ରସାଦ ଦାସ ଭଦ୍ରଖଜିଲ୍ଲା ସଭାପତି ଜଗନ୍ନାଥ ଜେନା ବାଲେଶ୍ୱର ଜିଲ୍ଲା ସଭାପତି ଦୀନବନ୍ଧୁ ମଲ୍ଲିକ, କୋରାପୁଟ ଜିଲ୍ଲା ଭବାନୀ ଚୋଧୁରୀ ଯାଜପୁର ଜିଲ୍ଲା ବ୍ରହ୍ମାନନ୍ଦ ଦାଶ, ନବରଙ୍ଗପୁର ଜିଲ୍ଲା କମଳା ପୂଜାରୀ. କଟକ ଜିଲ୍ଲା ପ୍ରଦୀପ ବେହେରା. ଟୁକୁନି ନନ୍ଦ ଓ ବନ୍ଦନା ମହାପାତ୍ର ପ୍ରମୁଖ ବର୍ତମାନ ର ବି. ଜେ. ପି. ସରକାର ନିର୍ବାଚନ ସଂକଳ୍ପ ପତ୍ର ଅନୁଯାଇ ସମସ୍ତଙ୍କୁ ୩ଙଙଙ ରୁ ୩୫ଙଙ ଟଙ୍କା ଭତ୍ତା ବୃଦ୍ଧି ଘୋଷଣା ନ କରି ପ୍ରତାରଣା କଲେ ବି. ଜେ, ପି. ବିଧାୟକ ଓ ମନ୍ତ୍ରୀମାନଙ୍କୁ ସାମାଜିକ ବାସନ୍ଦ କରାଯିବା ସହିତ ସମସ୍ତ ଜିଲ୍ଲାକମିଟି ମାନେ ଗାଁ ଗଣ୍ଡା ରେ ସରକାର ଙ୍କ ଅସଲି ମୁଖା ଖୋଲି ଦିଆଯିବ ବୋଲି ବକ୍ତା ମାନେ ସରକାର ଙ୍କୁ ଚେତାବନୀ ଦେଇଥିଲେ. ଶେଷରେ ଗୃହବିଭାଗ ପକ୍ଷରୁ ରାଜ୍ୟକର୍ମକର୍ତ୍ତା ଙ୍କୁ ସାମାଜିକସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି ବିଭାଗ ସଚିବଙ୍କ ସହିତ ଶ୍ରୀ ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱ ରେ ଏକ ୫ ଜଣିଆ ପ୍ରତିନିଧି ଦଳ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଭତ୍ତା ବୃଦ୍ଧି ଘୋଷଣା କରିବା ନିମନ୍ତେ ଏକ ମାନ ପତ୍ର ପ୍ରଦାନ କରାଯାଇଥିଲାl

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *