July 1, 2025
Home » ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଅତ୍ୟାଧୁନିକ ଭଲଭୋ ବସ୍ ଚଳାଚଳ ଶୁଭାରମ୍ଭ କଲେ ଜିଲ୍ଲାପାଳ। ଧର୍ମଗଡ ଭାୟା ଦେଇ ବସ ଚାଲିଲେ ଅଞ୍ଚଳ ବାସି ଉପକୃତ ହେବେ…

ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଅତ୍ୟାଧୁନିକ ଭଲଭୋ ବସ୍ ଚଳାଚଳ ଶୁଭାରମ୍ଭ କଲେ ଜିଲ୍ଲାପାଳ। ଧର୍ମଗଡ ଭାୟା ଦେଇ ବସ ଚାଲିଲେ ଅଞ୍ଚଳ ବାସି ଉପକୃତ ହେବେ…

0
WhatsApp Image 2024-11-07 at 2.19.47 PM

କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ କରକମଳରେ ଆଜି ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ଅତ୍ୟାଧୁନିକ ବସ ରେ ଶୀତତାପ ନିୟନ୍ତ୍ରିତ ଓ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆରାମଦାୟକ ବ୍ୟବସ୍ଥା ରହିଛି।

ଏହି ବସ୍ ଭବାନୀପାଟଣାରୁ ଅପରାହ୍ନ ସାଢେ଼ ୫ଟାରେ ଯାତ୍ରା ଆରମ୍ଭ କରି ବିଶାଖାପାଟଣାରେ ଭୋର୍ ୫ଟା ବେଳେ ପହଞ୍ଚିବ ଏବଂ ବିଶାଖାପାଟଣାରୁ ସଂଧ୍ୟା ୭ଟା ବେଳେ ବାହାରି ଭବାନୀପାଟଣା ଠାରେ ସକାଳ ୬ଟା ରେ ପହଞ୍ଚିଵ। ଏହା ଦ୍ବାରା ସାଧାରଣ ଜନତା ଏବଂ ବିଶେଷ କରି ସ୍ଵାସ୍ଥ୍ୟ କ୍ଷେତ୍ରରେ ବିଶାଖାପାଟଣା ଉପରେ ନିର୍ଭର କରୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଉପକୃତ ହେବେ ବୋଲି ଓ ଏସ ଆର୍ ଟି ସି ତରଫରୁ ପରିଚାଳକ ସ୍ବଦେଶ କୁମାର ପାତ୍ର ସୂଚନା ଦେଇଥିଲେ। ଏହି ଉଦଘାଟନୀ ଉତ୍ସବରେ ସାଂସଦ ପ୍ରତିନିଧି ଜୟ ଶଙ୍କର ନାଏକ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ , ସହକାରୀ ଜିଲ୍ଲାପାଳ ଶରତ ଚନ୍ଦ୍ର ସାହୁ, (ଏଷ୍ଟାବ୍ଲିସମେଣ୍ଟ) ସହକାରୀ ଜିଲ୍ଲାପାଳ ମମତା ଦାଶ (ଜୁଡିସିଆଲ) ଏବଂ ସହକାରୀ ଜିଲ୍ଲାପାଳ ସୌଦାମିନୀ ମାଝୀ (ଏମାରଜେନସି) ପ୍ରମୁଖ ଉପସ୍ଥିତ ରହିଥିଲେ।


ଏହି ବସ ଜୁନାଗଡ଼, ମୋଟର,ନବରଙ୍ଗପୁର ଦେଇ ବିଶାଖାପାଟଣା ଯିବ ବୋଲି ଜଣାଯାଇଛି। ଏହି ବସ ଧର୍ମଗଡ ଭାୟା ହୋଇ ଚଳାଚଳ ହେଲେ ଧର୍ମଗଡ ଅଞ୍ଚଳ ବାସିନ୍ଦା ମଧ୍ଯ ଉପକୃତ ହୋଇ ପାରିବେ ବୋଲି ପ୍ରକାଶ ପାଇଛି କାରଣ ବିଶାଖାପାଟଣାକୁ ଯିବା ପାଇଁ ଧର୍ମଗଡ ରୁ କୌଣସି ବସ ସେବା ନାହିଁ ତେଣୁ ଏନେଇ ଧର୍ମଗଡ ଅଞ୍ଚଳବାସି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣା ପଡିଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *