July 1, 2025
Home » ଭରତପୁର ଥାନାରେ ସେନାବାହିନୀର ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା: ୫ ପୁଲିସ କର୍ମଚାରୀ ନିଲମ୍ବିତ

ଭରତପୁର ଥାନାରେ ସେନାବାହିନୀର ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା: ୫ ପୁଲିସ କର୍ମଚାରୀ ନିଲମ୍ବିତ

0
WhatsApp Image 2024-09-18 at 2.43.36 PM

ଭୁବନେଶ୍ବର: ରାଜଧାନୀ ଭରତପୁର ଥାନାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ଡିଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।ନିଲମ୍ବିତ କର୍ମଚାରୀମାନେ ହେଲେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଏସଆଇ ବୈଶାଳିନୀ ପଣ୍ଡା ଏଏସଆଇ ସଲିଳମୟୀ ସାହୁ, ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା।
ସୂଚନାଥାଉକି ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ କ୍ୟାପଟେନ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ। ଉଭୟ ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବା ପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ।ଏନେଇ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ। ଅଭିଯୋଗ ରଖିବାକୁ ତାଙ୍କୁ କହିବା ପରେ ସେ ଶୁଣିନଥିଲେ। ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବଂଶଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ (ଇଷ୍ଟଣ୍ଣ ପ୍ରେସ ଏଜେନ୍ସି ଭୁବନେଶ୍ୱର)

Leave a Reply

Your email address will not be published. Required fields are marked *