September 26, 2026
Home » ଭାରତ ସରକାରଙ୍କ ପକ୍ଷରୁ ପାରାଦୀପ ବନ୍ଦରକୁ ମିଳିଲା ମେଗା ବନ୍ଦର ସ୍ୱୀକୃତି

ଭାରତ ସରକାରଙ୍କ ପକ୍ଷରୁ ପାରାଦୀପ ବନ୍ଦରକୁ ମିଳିଲା ମେଗା ବନ୍ଦର ସ୍ୱୀକୃତି

0
WhatsApp Image 2026-09-26 at 4.57.51 PM

ଭାରତ ବର୍ଷର ପୂର୍ବ ଭାଗରେ ଥିବା ଦେଶର ପ୍ରମୁଖ ବନ୍ଦର ପାରାଦୀପ ବନ୍ଦରକୁ ମେଗା ବନ୍ଦରର ସ୍ୱୀକୃତି ମିଳିଛି । ଏ ସମ୍ପର୍କରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ରାଜପତ୍ରରେ ପ୍ରକାଶିତ ହୋଇଛି । ଭାରତୀୟ ବନ୍ଦର ଅଧିନିୟମ ୨୦୨୫ ଅନୁଯାୟୀ ପାରାଦୀପ ବନ୍ଦରକୁ ମେଗା ପୋର୍ଟ ଭାବେ ଆନୁଷ୍ଠାନିକ ବାବେ ମାନ୍ୟତା ମିଳିଛି । ଭାରତୀୟ ବନ୍ଦର ଅଧିନିୟମ ୨୦୨୫ ଧାରା ୭୩ର ଉପଧାରା(୧) ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡର ମୂଲୟାଙ୍କନ ପରେ ଚାରିଟି ବୃହତ୍ ବନ୍ଦରକୁ ମେଗା ପୋର୍ଟ ଭାବେ ମାନ୍ୟତା ମିଳିଛି । ଏହି କ୍ରମରେ ଦୀନଦୟାଲ ବନ୍ଦର(କାଣ୍ଡଲା), ଜବାହାରଲାଲ୍ ନେହେରୁ ବନ୍ଦର (ନଭ ସେବା), ପାରାଦୀପ ବନ୍ଦର (ଓଡିଶା) ଏବଂ ମୁନ୍ଦ୍ର ବନ୍ଦର (ଗୁଜୁରାଟ) ଅର୍ନ୍ତଭୂକ୍ତ । ପାରାଦୀପ ବନ୍ଦରକୁ ମେଗା ପୋର୍ଟ ମାନ୍ୟତା ମିଳିବା ପରେ ଏହାର ନିରନ୍ତର ବିକାଶ ଏବଂ ଭାରତ ପୂର୍ବ ଉପକୂଳରେ ଏକ ପ୍ରମୁଖ ସାମୁଦ୍ରିକ ପ୍ରବେଶଦ୍ୱାର ଭାବେ ଏହାର ବୃଦ୍ଧିଶୀଳ ଗୁରୁତ୍ୱ ଏକ ମହତପୂର୍ଣ୍ଣ ପ୍ରତିଫଳନ । ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ପାରାଦୀପ ବନ୍ଦରକୁ ମେଗା ବନ୍ଦର ମାନ୍ୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସେନୋଓାଲ ଏବଂ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ମାନ୍ୟତା ପାରାଦୀପ ବନ୍ଦର ବିକାଶ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହା ବନ୍ଦର ଭିତିଭୂମି ବିକାଶ, ପରିଚାଳନା ଦକ୍ଷତା ଏବଂ ସାମୁଦ୍ରିକ ବାଣିଜ୍ୟରେ ଏହାର ଭୂମିକାକୁ ଆହୁରି ଗୁରୁତ୍ୱ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ପୁରୋହିତ କହିଛନ୍ତି ।

Leave a Reply

Your email address will not be published. Required fields are marked *