December 26, 2025
Home » ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ

0
WhatsApp Image 2025-12-25 at 7.45.21 PM

ଯୋଗଜନ୍ମା, କାଳଜୟୀ ,ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ୧୦୧ତମ ଜନ୍ମ ଜୟନ୍ତୀ ତଥା ଜିଲ୍ଲାସ୍ତରୀୟ ସୁଶାସନ ଦିବସ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପ୍ରେକ୍ଷ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ଯ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାଏକ , ବରେଣ୍ଯ ଅତିଥିରୂପେ ଅତିରିକ୍ତ ଜିଲ୍ଳାପାଳ ନିହାର ରଞ୍ଜନ କହଁର, ମୁଖ୍ଯ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସାହିତ୍ୟିକ ପ୍ରଫେସର ଡ: ଦୁଷ୍ମନ୍ତ କୁମାର ମହାନ୍ତି, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତକୁମାର ପ୍ରଧାନ, ଆଇନଜୀବୀ ବ୍ରଜସୁନ୍ଦର ନାୟକ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଭାରତୀ ଚୌଧୁରୀ ଓ ପ୍ରଧ୍ୟାପିକା ଶାନ୍ତିଲତା ମିଶ୍ର ମଞ୍ଚାସୀନ ଥିଲେ । ଦେଶରେ କମ ସମୟ ପାଇଁ ପ୍ରଧାନମନ୍ତ୍ରୀ ଥାଇ ମଧ୍ଯ ଦେଶରେ ସୁଶାସନ, ଅଖଣ୍ଡତା ପ୍ରତିଷ୍ଠା, ଦେଶର ସୂରକ୍ଷା, ଶିକ୍ଷା ଓ ଗମନାଗମନର ପ୍ରଗତି ପାଇଁ ତାଙ୍କର ଅକ୍ଲାନ୍ତ ପରିଶ୍ରମ, ଅବିଛିନ୍ନ ପ୍ରଚେଷ୍ଟା ଭାରତକୁ ବିକାଶର ଉଚ୍ଚତର ସୋପାନକୁ ପହଞ୍ଚାଇବାରେ ସକ୍ଷମ ହୋଇପାରିଛି ବୋଲି ଅତିଥିବୃନ୍ଦ ମତ ପୋଷଣ କରିଛନ୍ତି। ଅଟଳ ଙ୍କ ସମୟରେ ପ୍ରଣୀତ ସର୍ବଶିକ୍ଷା ଅଭିଯାନ ଭାରତର ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଭାରତର ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ରତ୍ନ ଉପାଧି ହାସଲ କରିଥିଲେ। ତାଙ୍କ ଓଜସ୍ବିନୀ ଭାଷଣରେ ପୂରିରହିଥିଲା ଦେଶଭକ୍ତିର ଗୌରବଗାଥା । କାର୍ଯ୍ୟକ୍ରମ ରେ ବିଭିନ୍ନ ସାମାଜିକ ସଂଘଠନର କର୍ମକର୍ତା, ପ୍ରେମ ପାହାଡ଼, ଜିସିଡ଼ି ୱାକର୍ସ କ୍ଳବର ସଦସ୍ୟ ମନେ ଯୋଗଦେଇଥିଲେ l
କାର୍ଯ୍ୟକ୍ରମର ଦ୍ବିତୀୟ ଭାଗରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଚାଳିଶି ରୁ ଅଧିକ କବି ଓ କବୟତ୍ରୀ ନିଜସ୍ବ ଲିଖିତ ଅଟଳବିହାରୀ ଅକ ଜୀବନି, ଜୀବନାଦର୍ଶ ଓ ଜାତୀୟତାବୋଧ କବିତା ପାଠ କରିଥିଲେ । ସମସ୍ତ କବି ଓ କବୟତ୍ରୀଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇ ଥିଲା । ଏଥିରେ ଜିଲ୍ଲା ଲୋକସମ୍ପର୍କ ବିଭାଗର ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ଦେବରାଜ ଟାକ୍ରୀ,ମାନସ ରଞ୍ଜନ ସାହୁ,କୁମୁଦିନୀ ମିଶାଳ, ଦମ୍ବରୁଧର ପଣ୍ଡା, ସୁଭାଷ କେରକେଟା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, ରଂଜିତ ପୀରବାକ,ଭି. ଚନ୍ଦ୍ର ଶେଖର ମହିଳା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *