December 26, 2025
Home » ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

0
WhatsApp Image 2025-12-25 at 6.54.35 PM (1)

ଛତ୍ରପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଗଞ୍ଜାମ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସଦର ଦପ୍ତରରେ ସ୍ଥାପିତ ହୋଇଥିବା ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲାପାଳ ୱି. କୀର୍ତ୍ତି ଓ୍ବାସନ୍ ଓ ସହରର ମାଣ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ବାଜପେୟୀଙ୍କ ଜନ୍ମ ଦିବସ କୁ ସୁଶାସନ ଦିବସ ଭାବେ ସର୍ବତ୍ର ପାଳନ କରାଯିବା ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷସ୍ଥ ଜଉଗଡ ଗୃହରେ ଏକ ଭବ୍ୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୃତ୍ତିତ୍ଵ ଅର୍ଜନ କରିଥିବା ବହୁ କୃତୀ ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ସହ ସମ୍ମାନୀତ କରାଯାଇଥିଲା ।

ଭାରତ ବର୍ଷରେ ତ୍ରୟୋଦଶତମ ପ୍ରଧାନମନ୍ତ୍ରୀ ଭାବେ ସନ୍ ୧୯୯୬ ମସିହା ୧୬ ମଇ ରୁ ୧ ଜୁନ୍ ପର୍ଯ୍ୟନ୍ତ ପଦବୀରେ ଅଭିଷିକ୍ତ ହୋଇଥିବା ବେଳେ ପୁନଃଶ୍ଚ ୧୯୯୮ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ଦେଶରେ ଷଷ୍ଠଦଶ ତମ ପ୍ରଧାନମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରି ୨୨ମଇ ୨୦୨୪ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହି ଦେଶ ପାଇଁ ଅନୁଚିନ୍ତା ମୂଳକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ।

ଯାହାକି ବାଜପେୟୀଙ୍କ ପ୍ରଶାସନିକତା, ଦକ୍ଷତା ଓ କ୍ଷମତା ପ୍ରୟୋଗବଳରେ ଭାରତ ବର୍ଷରେ ଏକ ଅତୁଳନୀୟ ବଳିଷ୍ଠ ଅବଦାନ ପାଇଁ ଭାରତର ଜନତା ଆଜି ବାଜପେୟୀ ଙ୍କୁ ଝୁରୁଛି ବୋଲି ମତପ୍ରକାଶ ପାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମୀରାଣୀ ନିମାକା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ସହ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନାଦର୍ଶ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼ଃ. ଭି.ରାଜେନ୍ଦ୍ର ରାଜୁ ଯୋଗଦେଇ ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ । ତାଙ୍କ ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ ଜୀବନ ଆଦି ତାଙ୍କ କାବ୍ୟକବିତାରେ ପ୍ରକାଶ ପାଇଥିବା ସେ କହିଛନ୍ତି ।

ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ଦୀପକ କୁମାର ଜେନା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପ୍ରତିଭା ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *