August 21, 2026
Home » ଭାରତୀୟ ଭ୍ରଷ୍ଟାପ୍ଟର ନିବାରଣ ସଂସ୍ଥାର ବାର୍ଷିକ ଅଧିବେଶନ

ଭାରତୀୟ ଭ୍ରଷ୍ଟାପ୍ଟର ନିବାରଣ ସଂସ୍ଥାର ବାର୍ଷିକ ଅଧିବେଶନ

0
WhatsApp Image 2026-02-03 at 8.40.42 PM

 

ଭୁବନେଶ୍ଵର: ଭାରତୀୟ ଭ୍ରଷ୍ଟାରର ନିବାରଣ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖାର ଅଧିବେଶନ, ବାର୍ଷିକ କର୍ମଶାଳା-୨୦୨୬ ଓ ଦୁର୍ନୀତି ନିବାରଣ ବିରୋଧରେ ଆଲୋଚନାଚକ୍ର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଗ୍‌ରପତି ଡ. ଡି.ପି. ଚୌଧୁରୀ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଡ଼ିଶା ବାର୍ କାଉନସିଲର ଅଧ୍ଯକ୍ଷ ଶିତାଂସୁ ମୋହନ ଦ୍ଵିବେଦୀ (ବରିଷ୍ଠ ଆଇନଜୀବୀ) ଯୋଗଦାନ କରି ତାଙ୍କ ବକ୍ତବ୍ୟ ରେ ସମାଜ ଉପରେ ଦୁର୍ନୀତିର ପ୍ରଭାବକୁ କିପରି ପ୍ରତିହତ କରାଯିବ, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍ୟ ଭାବେ ଡା. ପ୍ରଭାସ ଆଶ୍ଚର୍ଯ୍ୟ ଓ ଡା. ବିପିନ ବିହାରୀ ମିଶ୍ର ଯୋଗଦାନ କରି ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ସଭାକାର୍ଯ୍ୟକୁ ସଂଘର ସଭାପତି ଡା. କିଶୋର ଚନ୍ଦ୍ର କର (ବରିଷ୍ଠ ଆଇନଜୀବୀ) ପରିଗ୍‌ଳନା କରି ସମାଜରୁ ଦୁର୍ନୀତି ହଟାଇବାକୁ ସଂଘର ସମସ୍ତ ପ୍ରୟାସର ସୂଚନା ଦେଇଥିଲେ । ଅସିତ କୁମାର ମହାନ୍ତି ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଏହି ଅବସରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡ. ସୁକାନ୍ତି ମିଶ୍ର, ରାଜସ୍ୱ ନିରୀକ୍ଷକ ଜୟଦେବ ନାୟକ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ମାନପତ୍ର, ଟ୍ରଫି, ଉତ୍ତରୀୟ, ପୁଷ୍ପଗୁଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସୂର୍ଯ୍ୟନାରାୟଣ ଦାସ (ବରିଷ୍ଠ ଆଇନଜୀବୀ), ଆପୋଲୋ ହସ୍ପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ଆଲୋକ ଶ୍ରୀବାସ୍ତବ, ପଦ୍ମା ହସ୍ପିଟାଲର ପରିଗ୍‌ଳନା ନିର୍ଦ୍ଦେଶକ ଡଃ ବିଶ୍ଵନାଥ ପଟ୍ଟନାୟକ, ଷ୍ଟଡ଼ିର ପ୍ରତିଷ୍ଠାତା ତଥା ସିଇଓ ସବ୍ୟସାଚୀ କର, ବିଶିଷ୍ଟ ସମାଜସେବୀ ଇଂ କମଳାକାନ୍ତ ବେହେରା, ଶିକ୍ଷାବିତ୍ ନମିତା ମଞ୍ଜରୀ ରାୟ, ଶିକ୍ଷାବିତ୍ ତଥା ସମାଜସେବୀ କ୍ଷୀରୋଦ କୁମାର ପଟ୍ଟନାୟକ ଓ ସମାଜସେବୀ ପ୍ରକାଶ ନାୟକ ପ୍ରମୁଖ ୧୦ ଜଣ ବ୍ୟକ୍ତିବିଶେଷଙ୍କୁ ଅତିଥିମାନେ ସମ୍ବଦ୍ଧିତ କରାଯଇଥିଲା । ଭ୍ରଷ୍ଟାରର ନିବାରଣ ସଂସ୍ଥାର ଉକ୍ତ କାର୍ଯ୍ୟକ୍ରମକୁ ପରିସ୍ଫୁଳନା କରିବାରେ ସମ୍ପାଦକ ବିପିନ ବିହାରୀ ନାୟକ, ଉପସଭାପତି ଡଃ ଅଶୋକ କୁମାର ମହାପାତ୍ର, ସଂଯୋଜକ ସମ୍ପାଦକ ବିଶ୍ବଜିତ କାନୁନଗୋ ଏବଂ ଭୁବନେଶ୍ବର ଶାଖା ସଭାପତି ଦ୍ୱାରିକାନାଥ ଶତପଥୀ ପ୍ରମୁଖ ସଭା ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।