November 13, 2025
Home » ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଲାଞ୍ଚୁଆ ମେଡିକାଲ ଅଧିକାରୀ ଓ ଫାର୍ମାସିଷ୍ଟ

ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଲାଞ୍ଚୁଆ ମେଡିକାଲ ଅଧିକାରୀ ଓ ଫାର୍ମାସିଷ୍ଟ

0
WhatsApp Image 2024-11-09 at 3.59.29 PM

ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଲାଞ୍ଚୁଆ ମେଡିକାଲ ଅଧିକାରୀ ଓ ଫାର୍ମାସିଷ୍ଟ । ଏପରି ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ ଦେୟ ଛାଡ ପାଇଁ ଅଭିଯୋଗକାରୀଙ୍କ ଠାରୁ ୪୦୦୦୦/- ଟଙ୍କା ଲାଞ୍ଚ ନେଉଥିବା ସମୟରେ ନାଲି ହାତରେ ଭିଜିଲାନ୍ସ ବିଭାଗୀୟ ଅଧିକାରୀ ଧରିଛନ୍ତି। ଉକ୍ତ ଲାଞ୍ଚ କାରବାର ରେ ମଧ୍ୟସ୍ଥି କରୁଥିବା ଫାର୍ମାସିଷ୍ଟ ଶ୍ରୀ ଉତ୍କଳ ମହାନ୍କୁଦାଙ୍କୁ ମଧ୍ୟ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି।
ମିଳିଥିବା ସୂଚନା ମୁତାବକ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ୪.୫ ଲକ୍ଷରୁ ଅଧିକ ଦେୟ ଛାଡ କରିବାକୁ ଅନେକ ଥର ଗୁହାରି କରିବା ସତ୍ତ୍ୱେ ଶୁଣି ନ ଶୁଣିଲା ଭଳି ଚୁପ୍ ରହୁଥିଲେ । ପରିଶେଷରେ ସମୁଦାୟ ଦେୟ ଛାଡ ପାଇଁ ୧୦% ପିସି ଅର୍ଥାତ୍ ୪୦୦୦୦/- ଟଙ୍କା ଅଭିଯୋଗୀକାରୀ ଙ୍କୁ ଦାବି କରିଥିଲେ ଡକ୍ଟର ଭୂୟାଁ। ଏହାକୁ ମଧ୍ୟସ୍ଥତା କରିଥିଲେ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଉତ୍କଳ। ନିରୁପାୟ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ପୀଡ଼ିତ କର୍ମଚାରୀ କୋରାପୁଟ ଭିଜିଲାନ୍ସ ଦ୍ବାରସ୍ଥ ହୋଇ ସବୁ ବିଷୟରେ କହିଥିଲେ ।
ପୂର୍ବ ପ୍ରସ୍ତୁତି ଅନୁସାରେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅଭିଯୋଗକାରୀଙ୍କ ଠାରୁ ଶୁକ୍ରବାର ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଲାଞ୍ଚ ଗ୍ରହଣ କରିବା ସମୟରେ ନାଲି ହାତରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ତାଙ୍କଠାରୁ ୪୦ ହଜାର ଟଙ୍କା ଜବତ କରିବା ସହ ଉକ୍ତ ମାମଲାରେ ମଧ୍ୟସ୍ଥତା କରୁଥିବା ଫାର୍ମାସିଷ୍ଟ ଉତ୍କଲଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଦୁଇ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ପୋଲିସ ଗିରଫ କରି କାର୍ଯ୍ୟାଳୟକୁ ଆଣି ପଚରାଉଚରା ଜାରି ରଖିବା ସହ ଉଭୟଙ୍କୁ ଭିଜିଲାନ୍ସ ପୋଲିସ ଆଜି ସନ୍ଧ୍ୟାରେ କୋର୍ଟ ହାଜତକୁ ଚାଲାଣ କରିବା ବୋଲି ଜଣାପଡିଛି ।
ଏହି ପରିପ୍ରେକ୍ଷୀରେ, କୋରାପୁଟ ଭିଜିଲାନ୍ସ ପିଏସ କେସ୍ ନମ୍ବର ୨୧ ତାରିଖ ୦୭/୧୧/୨୪ ୟୁ /ଏସ ୭/୧୨ ପିସି (ଏଏମଡି) ଆକ୍ଟ,୨୦୧୮ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି ।
ଉକ୍ତ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ ।
ପ୍ରକାଶ ଥାଉ କି ଯେ ରାଜ୍ୟ ସରକାର ଜୁଲାଇ ୨୪ ତାରିଖରେ, ନର୍ସମାନଙ୍କର ନିୟମିତକରଣ ଉପରେ ଅକ୍ଟୋବର ୨୨ ରୁ ଦେୟ ଛାଡ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଯାହା ଅନୁସାରେ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ୪.୫ ଲକ୍ଷରୁ ଅଧିକ ଦେୟ ଛାଡ କରିବାକୁ ଥିଲା ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *