ଭିନ୍ନକ୍ଷମ ବିଦ୍ୟାଳୟରେ ନିଃଶୁଳ୍କ ଦାନ୍ତ ପରୀକ୍ଷା ଶିବିର
କେନ୍ଦୁଝର,: କେନ୍ଦୁଝର ସଦର ରଘୁନାଥପୁର ଠାରେ ଥିବା ଭିନ୍ନକ୍ଷମ ବିଦ୍ୟାଳୟ ପ୍ରୟାସରେ ସୁନାମଧନ୍ୟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କ ତତ୍ତ୍ଵାବଧାନରେ ଏକ ନିଃଶୁଳ୍କ ଦାନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ରୋଟାରୀ କ୍ଲବ କେନ୍ଦୁଝର ସଭାପତି ରୋଟାରିଆନ ହରିହର ମହାନ୍ତ,ରୋଟାରିଆନ ସୁରେଶ ଚନ୍ଦ୍ର ଖଟ୍ଟୋଇ,ରୋଟାରିଆନ ରାଜଲକ୍ଷ୍ମୀ ସ୍ୱାଇଁ,ରୋଟାରିଆନ ଧରିତ୍ରୀ ରାଉତ ଓ କିଡସ୍ ଭୁବନେଶ୍ୱରର ୧୨ ଜଣ ଡାକ୍ତର ଯୋଗ ଦାନ କରି ୬୫ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ଦାନ୍ତରେ ଫିଲିଂ ଏବଂ ସ୍କେଲିଂ ସହ ଔଷଧର ପରାମର୍ଶ ଦେଇଥିଲେ।

ପ୍ରଧାନଶିକ୍ଷକ କାହ୍ନୁ ଚରଣ ପ୍ରଧାନ ସହଯୋଗ କରିଥିଲେ।ଡାକ୍ତର ଆନନ୍ଦମୟ ବାଗଚୀ,ଡ଼ା ପି ଭି ସମୀର,ଡ଼ା ଶୁଭ୍ରନିଲ ଭୌମିକ,ଡ଼ା ସିତେଶ କୁମାର ସାମଲ,ଡ଼ା ଦେବାଶିଷ ମିଶ୍ର,ଡ଼ା ଆୟାନ ଶାହା,ଡ଼ା ସ୍ବାଗତ ଦାସ,ଡ଼ା ରାଧେଶ୍ୟାମ ସିଂହ,ଡ଼ା ସାୟାନଦୀପ ସେନଗୁପ୍ତା ପ୍ରମୁଖ ଛାତ୍ରୀମାନଙ୍କ ଦାନ୍ତ ପରୀକ୍ଷା କରିଥିଲେ।ଏହି ପରି ଦାନ୍ତ ପରୀକ୍ଷା ଶିବିର କେନ୍ଦୁଝରରେ ନିରନ୍ତର ଭାବେ କରାଯିବ ବୋଲି ଡ଼ା ସଞ୍ଜୀବ କୁମାର ଓତା ସୂଚନା ଦେଇଛନ୍ତି ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ )ଇଷ୍ଟର୍ନ ପ୍ରେସ
