July 24, 2026
Home » ଭିନ୍ନକ୍ଷମ ଶିଶୁ ମାନଙ୍କ ଦ୍ବି ଦିବସୀୟ ପ୍ରାକ ଚିହ୍ନଟି କରଣ, ପ୍ରତିକାର ଓ ସୁ ପରିଚାଳନା ବିଷୟ ରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭିନ୍ନକ୍ଷମ ଶିଶୁ ମାନଙ୍କ ଦ୍ବି ଦିବସୀୟ ପ୍ରାକ ଚିହ୍ନଟି କରଣ, ପ୍ରତିକାର ଓ ସୁ ପରିଚାଳନା ବିଷୟ ରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-07-23 at 3.30.23 PM

 l ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମିଶନ ଶକ୍ତି ସଭାଗୃହ କକ୍ଷରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ବିଦ୍ୟୁତ ବିତରଣ ସେବା ସହଯୋଗ ରେ ରେଆର ସୁବର୍ଣପୁର ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଭିନ୍ନକ୍ଷମ ଶିଶୁ ମାନଙ୍କ ଦ୍ଵି ଦ୍ଵିବସୀୟ ପ୍ରାକ୍ ଚିହ୍ନଟି କରଣ, ପ୍ରତିକାର ଓ ସୁ ପରିଚାଳନା ବିଷୟରେ ପ୍ରଥମ ଦିନ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଡୁଙ୍ଗୁରିପାଲି ର ପ୍ରକଳ୍ପ ମୁଖ୍ୟ ମୌସୁମୀ ମାଇଟି ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସଞ୍ଜିତ ଷଡ଼ଙ୍ଗୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମନଗଡୁ ଜୁଆଡି ସଂଯୋଜନା କରି ପ୍ରକଳ୍ପ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଆଲୋକପାତ କରିଥିବାବେଳେ ରେଆର ଅନୁଷ୍ଠାନ ର ସାଧାରଣ ସମ୍ପ।ଦକ ତଥା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଅନଙ୍ଗ ନେଗୀ ଅନୁଷ୍ଠାନ ର ଆଭିମୁଖ୍ୟ ସହିତ ପରିଚାଳିତ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋକପାତ କରି କର୍ଯ୍ୟକ୍ରମ ଟିକୁ ସଫଳ କରିବା ପାଇଁ ସମସ୍ତ ଅଂଗ୍ରହଣକାରୀଙ୍କୁ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣକାରୀ ମାନଙ୍କୁ ଶିକ୍ଷା ଦେବାପାଇଁ ସାଧନ କର୍ମୀ ଶ୍ରୀ ମିତ୍ରଭାନୁ ମଲ୍ଲିକ କ୍ଷେତ୍ର ପରିଚାଳନା ଅଧିକାରୀ ମାନସିକ ରୋଗ, ପ୍ରକାର,କାରଣ, ଲକ୍ଷଣ ଚିକିତ୍ସା ବିଷୟରେ ଆଲୋକପାତ କରିଥିବାବେଲେ ସାଧନ କର୍ମୀ ଶ୍ରୀ ମନୋଜ କୁମାର ସାହୁ ଭିନ୍ନକ୍ଷମ ମାନଙ୍କ ପ୍ରାକ୍ ଚିହ୍ନଟି କରଣ,ପ୍ରକାର,କାରଣ, ଲକ୍ଷଣ ଚିକିତ୍ସା ସହିତ ସରକାରୀ ସୁବିଧା ସୁଯୋଗ ବିସୟରେ ଶିକ୍ଷା ଦେଇଥିଲେ। ଶେଷରେ ଶ୍ରୀ ସମ୍ବିଡ ନେଗୀ ସି ବି ର୍ କର୍ମୀ ସମସ୍ତ ଅତିଥି ଓ ଅଂଶଗ୍ରଣକାରୀମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀ ନବିନ ବଗର୍ତ୍ତୀ, ରାଜେନ୍ଦ୍ର ପୁଟେଲ୍, ରାଜେନ୍ଦ୍ର ସ।ଲମା ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *