July 5, 2025
Home » ଭୀମଟାଙ୍ଗିରେ ଉତ୍କଳ ଦିବସ ସମାରୋହ

ଭୀମଟାଙ୍ଗିରେ ଉତ୍କଳ ଦିବସ ସମାରୋହ

0
WhatsApp Image 2025-04-03 at 5.56.10 PM

ପୁରୁଣା ଭୁବନେଶ୍ଵର: ସ୍ଥାନୀୟ ଅଞ୍ଚଳର ୧୬ଟି ସଂଗଠନ କୁ ଗଠିତ “ଆଞ୍ଚଳିକ ମିଳିତ କ୍ରିୟାନୁଷ୍ଠାନ ସମିତି” ଦ୍ବାରା ୯୦ ତମ “ଉତ୍କଳ ଦିବସ” ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିନେଇ ସକାଳ ୯ ଘଟିକା ସମୟରେ ଏକ ରକ୍ତଦାନ ଶିବିର ଭୁବନେଶ୍ଵର ମୁନିସିପାଲ କର୍ପୋରେସନ ହସ୍ପିଟାଲ ର ବ୍ଳଡ ବ୍ୟାଙ୍କ ସହାୟତାରେ ସ୍ଥାନୀୟ ବତ୍ରିଶସିଂହାସନ ବରିଷ୍ଠ ନାଗରିକ ମଞ୍ଚର ଡେ-କେୟାର ସେଣ୍ଟର ଠାରେ କରାଯାଇଥିଲା। ପ୍ରବଳ ଖରା ଓ ଅସହ୍ଯ ତାତି ସତ୍ତ୍ୱେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଥିଲା। ଏହି ଶିବିରକୁ ରୋଟାରୀକ୍ଲବ ଅଫ ଭୁବନେଶ୍ବର ର ସଭାପତି ଜ୍ଞାନ ରଞ୍ଜନ ରଥ, ମୂଖ୍ଯ ଅତିଥି, ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ ଓ ବ୍ଳଡ ବ୍ୟାଙ୍କ ଡାକ୍ତର କଲ୍ୟାଣ ସରକାର, ସମ୍ମାନିତ ଅତିଥିବୃନ୍ଦ ଓ ସମସ୍ତ ସଂଗଠନ ର ପ୍ରତିନିଧିମାନେ ପ୍ରଦୀପ ପ୍ରଜ୍ବଳନ ସହିତ “ବନ୍ଦେ ଉତ୍କଳ ଜନନୀ” ସମବେତ ଗାନ କରାଯାଇ ଶୁଭ ଉଦଘାଟନ କରାଯାଇଥିଲା। “ରକ୍ତଦାନ ମହାନ ଦାନ” ର ତାତ୍ପର୍ଯ୍ୟପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ମଧ୍ଯରେ ରକ୍ତଦାନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।
କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ରେ ସଂଧା ୭ ଘଟିକା ସମୟରେ “ଭୀମଟାଙ୍ଗି ଉନ୍ନୟନ ପରିଷଦ” ପରିସର ରେ ଓଡ଼ିଆ ଭାଷା, ସାହିତ୍ଯ, କଳା, ସଂସ୍କୃତି, ଐତିହ୍ୟ ଏବଂ ସ୍ଵତନ୍ତ୍ର ପ୍ରଦେଶ ଗଠନ ର ଐତିହାସିକ ଆବଶ୍ୟକତା, ବରପୁତ୍ରଙ୍କ ଭୂମିକା, ବର୍ତ୍ତମାନ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମାନଙ୍କ ସହଯୋଗ ଓ ଦାୟିତ୍ବ ଉପରେ ଏକ ଖୋଲା ଆଲୋଚନାଚକ୍ର ର ଆୟୋଜନ କରାଯାଇଥିଲା। ଏଥିରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ସହକାରୀ ପ୍ରଫେସର ଦେବାଶିଷ ମହାପାତ୍ର, ମୂଖ୍ଯ ବକ୍ତା, ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ଏବଂ ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ, ସମ୍ମାନିତ ଅତିଥିବୃନ୍ଦ ଓ ପୂର୍ବତନ ବରିଷ୍ଠ ପ୍ରଶାସକ କୃଷ୍ଣଚନ୍ଦ୍ର ବଡୁ ଓ କାଶୀନାଥ ସାହୁ, ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ। ଏହି ଆଲୋଚନାଚକ୍ର ରେ ଭୀମେଶ୍ବର ମନ୍ଦିର ସମିତି ର ସାଧାରଣ ସମ୍ପାଦକ ତଥା ଭୀମଟାଙ୍ଗି ଉନ୍ନୟନ ପରିଷଦର ଉପ-ସଭାପତ ପଦ୍ମନାଭ ଷଡଙ୍ଗୀ ସଭାପତିତ୍ବ କରିଥିଲେ। ମିଳିତ ଭାବେ ପ୍ରଦୀପ ପ୍ରଜ୍ବଳନ କରାଯାଇ ବରପୁତ୍ରମାନଙ୍କୁ ସମୁହଭାବେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଆଲୋଚନାଚକ୍ର ଶୁଭ ଉଦଘାଟନ କରାଯାଇଥିଲା। ସ୍ଥାନୀୟ ସଂଗୀତ ଶିଳ୍ପୀ ମାନଙ୍କ ଦ୍ଵାରା “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା ଏବଂ ଭୀମେଶ୍ବର ଟେମ୍ପଲ ପାର୍କ ଓ୍ବାକରସ ଆସୋସିଏସନର ସାଧାରଣ ସମ୍ପାଦକ କାମଦେବ ରଣସିଂହ ଉତ୍କଳ ଦିବସ ଉପଲକ୍ଷେ ସ୍ଵରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଓଡିଶୀ ନୃତ୍ୟରେ ମାହାରୀ ସମ୍ମାନପ୍ରାପ୍ତ ଜାହ୍ନବୀ ବେହେରା, ରକ୍ତଦାନ ରେ ଜୀବନବନ୍ଧୁ ସମ୍ମାନ ରେ ସମ୍ମାନିତ ଗୋପୀମୋହନ ପଟ୍ଟନାୟକ ଏବଂ କୋଭିଡ ମହାମାରୀ ବିଜୟନୀ ମଧୁସ୍ମିତା ପୃଷ୍ଟିଙ୍କୁ “ଭୀମଟାଙ୍ଗି ଗୌରବ” ସମ୍ମାନ ରେ ସମ୍ମାନିତ କରାଯାଇ ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ସଭାପତିଙ୍କ ଅଭିଭାଷଣ ପରେ ଭୀମଟାଙ୍ଗି ବିକାଶ ପରିଷଦର ସଭାପତି ବଂଶୀଧର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମିଳିତ କ୍ରିୟାନୁଷ୍ଠାନ ସମିତିର ଆବାହକ ଗଣେଶ ପ୍ରଧାନ, ଯୁଗ୍ମ-ଆବାହକ ବିଶ୍ବନାଥ ବେହେରା, ଶଂକର ମହାପାତ୍ର, ରାମପ୍ରସାଦ ରଥ, ଚିତ୍ରସେନ ବିଶୋଇ, ବସନ୍ତ କୁମାର ନାୟକ, ସୁଧାଂଶୁ ଶେଖର ହରିଚନ୍ଦନ, ନମିତା ସାହୁ, ଗୀତାଞ୍ଜଳି ମହାପାତ୍ର, କୌଶଲ୍ୟା ସାହୁ, ନୀଳମଣି ମିଶ୍ର, ପ୍ରିୟାଂଶୁ ମଲ୍ଲ ଓଗେର କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *