December 3, 2025
Home » ଭୀମଟାଙ୍ଗିରେ ଝୁଲଣ ଉତ୍ସବ

ଭୀମଟାଙ୍ଗିରେ ଝୁଲଣ ଉତ୍ସବ

0
WhatsApp Image 2025-08-06 at 10.45.20 AM

ଶ୍ରୀ ଶ୍ରୀ ଭୀମେଶ୍ଵର ମନ୍ଦିର ପରିସରରେ ରାଧାକୃଷ୍ଣ ମନ୍ଦିର ସ୍ଥାପିତ ହେବାପରଠାରୁ ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ଯାଏ ପାଞ୍ଚଦିନ ଝୁଲଣ ଉତ୍ସବ ପାଳିତ ହୋଇ ଆସୁଅଛି ।

ଏ ଝୁଲଣ ଉତ୍ସବ ସମ୍ପର୍କରେ ଆମେ ଅଳ୍ପେ ବହୁତେ ଜାଣିଥାଏ । ଦ୍ବାପର ଯୁଗରେ ଚତୁର୍ମାସ୍ୟା କାଳରେ ପ୍ରଭୁ ଶ୍ରୀକୃଷ୍ଣ ଶ୍ରୀରାଧା ଓ ଗୋପିମାନଙ୍କ ଗହଣରେ ଯେଉଁ ରାସ ଲୀଳା କରୁଥିଲେ, ଏ ଝୁଲଣ ତାହାର ଅଂଶ ବିଶେଷ । ଏହାର ବିଶେଷ ବର୍ଦ୍ଧନା ଭାଗବତରେ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି । ସେବେଠାରୁ ମନ୍ଦିର ମଠ ମାନଙ୍କରେ ରେ ରାଧାକୃଷ୍ଣଙ୍କ ବିଗ୍ରହକୁ ବେଶକରି ସୁସଜ୍ଜିତ ଦୋଳିରେ ଝୁଲାଇ ତାଙ୍କ ନିକଟରେ ନୃତ୍ୟ, ଗୀତ, ଭଜନ, ଜଣାଣ ମାଧ୍ୟମରେ ଭକ୍ତମାନେ ନିଜ ଅନ୍ତରର ଭକ୍ତି ନୈବେଦ୍ୟ ସମର୍ପଣ କରିଥାନ୍ତି ।

ଆଜି, ସଂସାର ଜଞ୍ଜାଳରୁ କିଛି ସମୟ ନିଜକୁ ମୁକ୍ତକରି ବହୁସଂଖ୍ୟକ ଶ୍ରଦ୍ଧାଳୁ ପ୍ରଭୁଙ୍କର ଏହି ଅପୂର୍ବ ଉତ୍ସବରେ ଯୋଗଦେଇ ତାଙ୍କ ନିକଟରେ ନୃତ୍ୟ, ଗୀତ, ଭଜନ ଜଣାଣ ମାଧ୍ୟମରେ ନିଜର ଭକ୍ତି ନିବେଦନ କରିବାସହ ଝୁଲଣ ଯାତ୍ରାର ମାଧୁର୍ଯ୍ୟ ଓ ଆଧ୍ୟାତ୍ମିକ ବାତାବରଣ ସ୍ରୋତରେ ନିଜକୁ ହଜାଇ ପାରିଥିଲେ।

ଏହି ଝୁଲଣ ଯାତ୍ରା ଆସନ୍ତା ଶନିବାର ପୁର୍ଣିମାରେ ସମ୍ପୂର୍ଣ୍ଣ ହେବ। ଆୟୋଜକମାନେ, ଏହି ଦିନମାନଙ୍କରେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ବହୁସଂଖ୍ୟାରେ ଯୋଗଦାନ ନିମିତ୍ତ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *