ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ଏଡିଏମଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର: ପୂର୍ବରୁ ଉପା ସରକାର ଗରିବଙ୍କୁ କର୍ମ ଦେବା ଉଦ୍ଦେଶ୍ୟରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିଥିଲେ । ଏହି ଯୋଜନାରେ ଶ୍ରମିକମାନେ ନିଜ ଅଞ୍ଚଳରେ ବର୍ଷକୁ ୧୦୦ ଦିନର କାମ ନିଶ୍ଚିତ ଭାବରେ ପାଇବାର ପ୍ରାବଧାନ ରହିଥିଲା । ସରକାର ଯଦି ଶ୍ରମିକଙ୍କୁ କାମ ମାଗିବାର ୧୫ ଦିନ ଭିତରେ କାମ ଯୋଗାଇ ନଦେବେ ତେବେ ସେମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିୟମ ରହିଥିଲା । ଏଥିରେ ଭାରତ ବର୍ଷର କୋଟି କୋଟି ପୁରୁଷ ଓ ମହିଳା ଶ୍ରମିକ ଉପକୃତ ହୋଇଆସୁଥିଲେ କିନ୍ତୁ ବିଜେପି ସରକାର ଏହି ଯୋଜନାକୁ ପରିବର୍ତ୍ତନ କରି ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେଇ ଭିବିଗ୍ରାମଜୀ ବିଲ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ନାମକୁ ବାଦ ଦେଇ ପୂର୍ବ ଯୋଜନାର ମୂଳ ଲକ୍ଷ୍ୟରୁ ଶ୍ରମିକମାନଙ୍କୁ ବଞ୍ôଚତ କରିଛନ୍ତି ।

କଂଗ୍ରେସ ଦଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ନାମକୁ ପୁନଶ୍ଚ ରଖାଯାଇ ଉକ୍ତ ଯୋଜନାକୁ ଅପରିବର୍ତ୍ତିତ ଦାବିରେ ସରକାରଙ୍କ ନିକଟରେ ବିକ୍ଷୋଭ, ପ୍ରତିବାଦ ସଭା ଓ ସ୍ମାରକପତ୍ର ପ୍ରଦାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇଆସିଛି । ଏହି କ୍ରମରେ ଆଜି ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତାଗଣ ଭୁବନେଶ୍ୱର ଏଡିଏମଙ୍କ କାର୍ଯ୍ୟାଳୟରେ ଏଡିଏମଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ଏବଂ ପୂର୍ବ ଯୋଜନାକୁ ପ୍ରଣୟନ କରିବାପାଇଁ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଥିଲେ । ପରେ ଏଡିଏମ ଏ ସମ୍ପର୍କରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ମହାପାତ୍ର, ଶିବାନନ୍ଦ ରାୟ, କିଶୋର ଜେନା, ବିଶ୍ୱଜିତ ଦାଶ, ପ୍ରଶାନ୍ତ ଚମ୍ପତ୍ତି, ଅଶୋକ ଦାସ, ଅଭିଳାଷ ମାଣିଆ, ତରୁଣ ମିଶ୍ର, ଅଲୋକ ମହାନ୍ତି, କୃଷ୍ଣ ଚନ୍ଦ୍ର ପତି, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ଶ୍ରୀୟା ମହାନ୍ତି, ଜୟକୃଷ୍ଣ ସୁବଦ୍ଧି, ମିହିର ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ଜେନା, ମଂଟୁ ମଲ୍ଲିକ, ଗୟାଧର ସିଠା, ରାଜକିଶୋର ବାରିକ, ଦେବାଶିଷ ମିଶ୍ର, ପ୍ରଭାତ ପ୍ରତାପ ସିଂ, ରିଙ୍କୁ ସାମନ୍ତରାୟ, ଜାନକୀ ମଲ୍ଲିକ, ତାପସ ସେଠୀ, ଆତ୍ମାରାମ ପତି, ପ୍ରକାଶ ମହାନ୍ତି, ଖଗେଶ୍ୱର ମଲ୍ଲିକ, ଦେବରାଜ ମିଶ୍ର, ଲଲାଟେନ୍ଦୁ ଦ୍ୱିବେଦୀ, ଉମେଶ ଦାସ, ନାରଣ ଜେନା, ପ୍ରମେଶ ସାହୁ, ଅମିଶା ସାମନ୍ତରାୟ, କଳ୍ପନା ପଣ୍ଡା ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
