February 16, 2026
Home » ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସୁବର୍ଣ୍ଣପୁରର ଲଙ୍କାପୋଡ଼ି ମହୋତ୍ସବ

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସୁବର୍ଣ୍ଣପୁରର ଲଙ୍କାପୋଡ଼ି ମହୋତ୍ସବ

0
WhatsApp Image 2026-02-16 at 12.27.05 PM

 

ସୁବର୍ଣ୍ଣପୁର: କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନ଼ଟାକର ସୁବର୍ଣ୍ଣପୁର ଶାଖା ତରଫରୁ ସ୍ଥାନୀୟ ସର୍କିଟ ହାଉସରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଇନଟାକ ସୋନପୁର ଶାଖାର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇନଟାକ ସେଣ୍ଟ୍ରାଲ କାଉନସିଲ ସଦସ୍ୟ ଅନୀଲ ଧୀରଙ୍କ ସହ ବିଶିଷ୍ଟ ଐତିହାସିକ ଡ. ଲଲାଟେନ୍ଦୁ ଦାଶ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ଇନଟାକର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା । ଅନୀଲ ଧୀର ସୁବର୍ଣ୍ଣପୁରର ପ୍ରସିଦ୍ଧ ଓ ଅନନ୍ୟ ଲଙ୍କାପୋଡ଼ି ଉତ୍ସବକୁ ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହାକୁ ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱାଗତ କରିଥିଲେ ଏବଂ ଏହାକୁ ଭବ୍ୟ ଆୟୋଜନ ସହ ରାଜଧାନୀରେ କରିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ । ଏହା ସହ ସୁବର୍ଣୁପୁର ଶାଖା ପାଇଁ ନୂତନ ସଦସ୍ୟ ଗ୍ରହଣ କରିବାକୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ବୈଠକରେ ଇନଟାକର ଆଜୀବନ ସଦସ୍ୟ ଗଦାଧର ବାରିକ, ସୌରଭ ରଂଜନ ଖମାରୀ, ବିଭୂତି ଭୂଷଣ ଓତା, ଦେବକୀ ନନ୍ଦନ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ଇନଟାକ ସୁବର୍ଣ୍ଣପୁର ଶାଖାର ସହ ଆବାହକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *