March 16, 2025
Home » ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ

0

ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଗତକାଲି (୯ ଜାନୁୟାରୀ,୨୦୨୫) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମଇଦାନ ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ଉପସ୍ଥିତ ସମସ୍ତ ପ୍ରବାସୀ ଭାରତୀୟ ଅତିଥି ଏବଂ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ।

ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାର କଳା,ଭାସ୍କର୍ଯ୍ୟ,ସାହିତ୍ୟ ଓ ସଂସ୍କୃତିର ଝଲକ ପ୍ରଦର୍ଶନୀ କକ୍ଷରେ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *