ଭୁସୁଡ଼ିଲା ସିଦ୍ଧମହାବୀର ମନ୍ଦିର ପୁଷ୍କରିଣୀ ପାଚେରୀ ଭାଙ୍ଗିଲା।

ପୁରୀ ସିଦ୍ଧମହାବୀର ମନ୍ଦିର ପୁଷ୍କରିଣୀ ପାଚେରୀ ଭୁଶୁଡିଲା l ଗତକାଲି ପୁରୀରେ ପ୍ରବଳ ବର୍ଷା ଯୋଗୁ ସିଦ୍ଧମହାବୀର ପୁଷ୍କରିଣୀ ପାଚେରୀ ବିଳମ୍ବିତ ରାତିରେ ଭୁଷୁଡିଥିବା ଜଣାପଡିଛି l ଘଟଣକୁ ନେଇ କେହି ମୃତାହତ ହୋଇନାହାନ୍ତି | ପୂର୍ବରୁ ପାଚେରୀ ଅଧାଭଙ୍ଗା ଅବସ୍ଥାରେ ରହିଥିଲା। ସେପଟେ ଦୀର୍ଘ ଦିନ ହେବ ପାଚେରୀର ପୁନଃ ନିର୍ମାଣ କାର୍ଯ୍ୟ ହୋଇନଥିଲା ଯାହାଫଳରେ ପାଚେରୀର ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା l ସେ ଫାଟରେ ପାଣି ପଶିବା ଯୋଗୁଁ ପ୍ରାଚୀର ଭୁଶୁଡିବା ଜଣାପଡିଥିବାବେଳେ ସେପଟେ ପାଚେରୀ ନିର୍ମାଣରେ ନିମ୍ନମାନର କାମ ଯୋଗୁଁ ଏମିତି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ