November 13, 2025
Home » ମଠକରଗୋଳା ଡିଗ୍ରୀ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ନବାଗତ ଙ୍କୁ ସ୍ଵାଗତ

ମଠକରଗୋଳା ଡିଗ୍ରୀ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ନବାଗତ ଙ୍କୁ ସ୍ଵାଗତ

0
WhatsApp Image 2025-09-25 at 7.13.56 AM

 ।
ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଡିଗ୍ରୀ ମହାବିଦ୍ୟାଳୟ ର ବାଣିଜ୍ୟ ସମ୍ମାନ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀ ମାନଙ୍କ ସ୍ଵାଗତ ନିମନ୍ତେ ଏକ‌ ସ୍ଵାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଧ୍ୟାପକ ଚିତ୍ତରଞ୍ଜନ ଦାଶ ଦୀପ‌ ପ୍ରଜ୍ବଳନ କରି ଉତ୍ସବ କୁ ଉଦ୍ଘାଟନ କରିଥିଲେ ।‌ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଗଣିତ ସମ୍ମାନ ବିଭାଗ ର ମୁଖ୍ୟ ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ବାଣିଜ୍ୟ ବିଭାଗ ର ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ, ଅନ୍ୟାନ୍ୟ ବିଭାଗୀୟ ଅଧ୍ୟାପକ ସରୋଜ କୁମାର ବିଶ୍ବାଳ, ଅଧ୍ୟାପିକା ଶୁଭସ୍ମିତା ବିଶ୍ବାଳ ନୁତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ଜଣାଇବା ସଂଗେ ସଂଗେ ଶୃଙ୍ଖଳିତ ଭାବେ ଶ୍ରେଣୀ ପାଠ୍ୟ ଗ୍ରହଣ ଓ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ ।+୩ ୨ୟ ବର୍ଷ ଓ ୩ୟ ବର୍ଷ ର ଛାତ୍ରଛାତ୍ରୀ ମାନେ ସ୍ଵାଗତନୃତ୍ୟ ପରିବେଷଣ କରିଥିଲେ । ମଜାଳିଆ ପ୍ରଶ୍ନାବଳୀ ମାଧ୍ୟମରେ ନବାଗତ ଙ୍କୁ ସ୍ଵାଗତ କରିଥିଲେ ସର୍ବଶେଷରେ ବିଭାଗୀୟ ଅଧ୍ୟାପିକା ଅର୍ଚ୍ଚିତା ମହାମାନସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ ।

 

KAMKHYANAGAR EPA RU RAJKISHOR ROUT NKA REPORT

Leave a Reply

Your email address will not be published. Required fields are marked *