August 16, 2026
Home » ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

0
WhatsApp Image 2026-08-16 at 1.06.17 PM

ସୁବର୍ଣ୍ଣପୁର —ମାଲପଡ଼ା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ହୋଇଥିବା ଉତ୍ସବରେ ସ୍କୁଲର ଚେୟାରମ୍ୟାନ ବୀରେନ୍ଦ୍ର ନାରାୟଣ ଅଧ୍ୟକ୍ଷତା କରି ସ୍ୱାଧୀନ ଭାରତ ବର୍ଷର ବିଜୟ ଗାଥା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥିଭାବରେ ପ୍ରାକ୍ତନ ଲୋଇସିଂହା ପୋଲିସ ପର୍ସନାଲ ତଥା ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳୀ ଜ୍ୟୋତିରାଜ ନାଗ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଡିଜିଟାଲ ଯୁଗରେ ଚ୍ଛାତ୍ର ଛାତ୍ରୀ ମାନଙ୍କ ଅଭିନବ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସ୍କୁଲ ର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡାଇରେକ୍ଟର ରବିଚନ୍ଦ୍ର ଉଦଗାତା ଏବଂ ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପଦାଙ୍କ ଅନୁସରଣ କରି ଭକ୍ତି ଓ ନିଷ୍ଠାର ସହିତ ଛାତ୍ର ଛାତ୍ରୀ ମାନେ କିଭଳି ଆଗାମୀ ଦିନରେ ନିଜ ନିଜର କର୍ତ୍ତବ୍ୟ ପାଳନ କରିବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ହେଡଗର୍ଲ ଶକ୍ତି ଛତ୍ରିଆ ଓ ଅର୍ଯ୍ୟାହି ମିଶ୍ର ସଂଯୋଜନା କରିଥିଲେ। ସ୍କୁଲ ର ବିଭିନ୍ନ ହାଉସ ର ଛାତ୍ରଛାତ୍ରୀ ମାନେ ନିଜସ୍ୱ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍କୁଲର ଶୈକ୍ଷିକ ପ୍ରାଚୀର ପତ୍ରିକା ସ୍ପର୍କଲ କୁ ଅତିଥି ବୃନ୍ଦ ଶୁଭ ଉନ୍ମୋଚନ କରିଥିଲେ। ରାଜ୍ୟ ସ୍ତରରେ ଶୈକ୍ଷିକ ଉତ୍କର୍ଷତା ନିମନ୍ତେ ପୁରସ୍କୃତ ହୋଇଥିବା ଛାତ୍ରୀ ରତିକା ରାଣୀ ସିଂହନୀନା, ଆର୍ଯ୍ୟାହୀ ମିଶ୍ର, ଜାଗୃତି ଶତପଥୀ,ରତ୍ନ ରାଣୀ ସାହୁ ଙ୍କୁ ଏବଂ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଭାଗୀ ଦେବଙ୍ଗନା ନାୟକ, ଆର୍ଯ୍ୟାହୀ ମିଶ୍ର ଓ ସମର୍ପିତା ବାରିକ ଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଆଶିକ ମିଶ୍ର, ରୋହିତ୍ ବକୁଳ, ଶିକ୍ଷିକା ଆଶା, ଆରତୀ , ସ୍ନିଗ୍ଧା, ନିରୁପମା ପ୍ରମୁଖ ମ୍ୟାଡ଼ାମ ଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶେଷରେ ଶିକ୍ଷିକା ଅନୁପମା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *