July 27, 2025
Home » ମଣ୍ଡି ରୁ ଧାନ ଉଠୁନାହିଁ : ବର୍ଷା ଜନିତ କ୍ଷୟକ୍ଷତି ରେ ଧାନ ଗଜା ହେବା ପ୍ରତିବାଦ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଚାଷୀ ଙ୍କ ପ୍ରତିବାଦ

ମଣ୍ଡି ରୁ ଧାନ ଉଠୁନାହିଁ : ବର୍ଷା ଜନିତ କ୍ଷୟକ୍ଷତି ରେ ଧାନ ଗଜା ହେବା ପ୍ରତିବାଦ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଚାଷୀ ଙ୍କ ପ୍ରତିବାଦ

0
WhatsApp Image 2025-06-23 at 12.11.45 PM

ସୁବର୍ଣ୍ଣପୁର-: -ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ରବି ଧାନ ନ ଉଠିବା ଓ ମଣ୍ଡି ରେ ଧାନ ପଡ଼ି ବର୍ଷା ଜନିତ କ୍ଷୟକ୍ଷତି ରେ ଧାନ ଗଜା ହୋଇଯିବା ପ୍ରତିବାଦ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ ପ୍ରତିବାଦ କରିଛନ୍ତି। ସାରା ଜିଲ୍ଲା ରେ ସ୍ଥିତି ସମାନ। ଉଲୁଣ୍ଡା ରେ ପରିସ୍ଥିତି ଅସମ୍ଭାଳ।ସେପରି ଉଲୁଣ୍ଡା ବ୍ଲକ୍ କୋଟସମଲେଇ ମଣ୍ଡି ରେ ୧୦୦୦୦ ପକେଟ୍ ଧାନ ପଡ଼ି ବର୍ଷା ରେ ଭିଜି ଗଜା ହୋଇଗଲାଣି। ଆହୁରି ଚାଷୀ ମାନେ ବର୍ଷା ଭୟ ରେ ଧାନ ସବୁ ନିଜ ଘରେ ଓ ଖଳା ରେ ପକାଇଛନ୍ତି। ବାରମ୍ବାର ପ୍ରଶାସନ କୁ କହିଲେ ମଧ୍ୟ ମଣ୍ଡି ରେ ଗାଡି ଦେଖା ନାହିଁ। ଚାଷୀ ମାନେ ଅଭିଯୋଗ କରିଛନ୍ତି ମଣ୍ଡି ରେ ପଡ଼ି ଧାନ ଯଦି କ୍ଷତି ହେବ ତାର ଭରଣା କିଏ ଦେବ? ୫୦ ଜଣ ମିଲର୍ସ ଙ୍କ ସ୍ୱାର୍ଥ ଦେଖି ପ୍ରଶାସନ ହଜାର ହଜାର ଚାଷୀ ଙ୍କ ଭାଗ୍ୟ କୁ ବଳି ପକାଉଛିନ୍ତି। ୩୧୦୦ ଧାନ କ୍ଵିଣ୍ଟାଲ ଦେଲେ କଣ ୧୦ କେଜି କଟନି ଓ ଧାନ ଗଜା ହେବା ସ୍ଵୀକାର କରିବାକୁ ପଡ଼ିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।ନେତା ମନ୍ତ୍ରୀ ପ୍ରଶାସନ ସମସ୍ତେ ମିଶି ଚାଷୀ ଦୁଃଖ ରେ ଖୁସି ମନାଉଛନ୍ତି। କେବେ ସୁଦ୍ଧା ଧାନ ଉଠିବ ଲିଖିତ ଭାବରେ ନ ଜଣାଇଲେ ଚାଷୀ ମାନେ ସବୁ ଧାନ ସି ଏସ ଓ ଅଫିସ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଗଦାଇବା ସହ ରାଜ ରାସ୍ତା ରେ ପକାଇ ବିକ୍ଷୋଭ କରିବା ହିଁ ଶେଷ ରାସ୍ତା ବୋଲି ଚେତାବନୀ ଦେଇଛନ୍ତି। ଧାନ ମଣ୍ଡି ଭିତ୍ତିଭୂମି ନ ଥିବାରୁ ଲୋକ ସବୁ ରାସ୍ତା ରେ ଧାନ ଜମା କରିଛନ୍ତି । ଆଗକୁ ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା ଆସୁଥିବାରୁ ଏହି ଧାନ ଶୀଘ୍ର ନ ଉଠିଲେ ଗମ୍ଭୀର ଟ୍ରାଫିକ ଓ ପାର୍କିଂ ଅସୁବିଧା ଦେଖାଯିବ । ଏହା ସତ୍ତ୍ୱେ କେହି ସମ୍ବେଦନଶୀଳ ନ ହେବା ପ୍ରଶାସନ ମିଲର୍ସ ଓ ବେପାରୀ ମାନଙ୍କ ମଧୁଚନ୍ଦ୍ରିକା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ରଥଯାତ୍ରା ପୂର୍ବରୁ ଧାନ ଉଠେଇ ନେବା ପାଇଁ ଦାବୀ ରଖିଥିଲେ।ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ସାଏ ୨୬ ତାରିଖ ମଧ୍ୟରେ ଧାନ ଉଠେଇ ନେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଚାଷୀ ମାନେ ବୁଝିଥିଲେ। ଏଥିରେ ବ୍ୟତିକ୍ରମ ହେଲେ ଚାଷୀ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ସଂଗଠନ ର ଚାଷୀ ମାନେ କହିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *