ମଣ୍ଡି ରେ ପଡ଼ିରହିଛି ଶହ ଶହ ବସ୍ତା ଧାନ, ଚାଷୀ ହଇରାଣ

ସୁବର୍ଣ୍ଣପୁର : ଅନେକ ଦିନ ହେଲା ମଣ୍ଡିରେ ପଡିରହିଛି ଶହ ଶହ ବସ୍ତା ଧାନ । ମଣ୍ଡିରୁ ଧାନ ଉଠୁନଥିବାବେଳେ ସେପଟେ ବର୍ଷାରେ ଭିଜି ଗଜା ହେଲାଣି ଚାଷୀଙ୍କ ଧାନ । ଏନେଇ ବାରମ୍ବାର ପେକ୍ସ କତୃପକ୍ଷ ଏବଂ ପ୍ରଶାସନକୁ ଜଣାଇଲା ପରେବିି ଚାଷୀଙ୍କ ଦୁଃଖକୁ କେହି ବୁଝୁନଥିବାରୁ ଶେଷରେ କ୍ଷତିଗ୍ରସ୍ତ ଚାଷୀ ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟାଳୟ ଘେରାଓ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ଏଭଳି ଅବସ୍ଥା ହୋଇଥିବାବେଳେ ଆଜି ବିଭିନ୍ନ ମଣ୍ଡିର ଚାଷୀ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ପହଂଚି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଓ ସହ ପାଟିତିଣ୍ଡ କରିଥିଲେ । ପରିସ୍ଥିତି କୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲା । ତୁରନ୍ତ ମଣ୍ଡିମାନଙ୍କରେ ପଡିଥିବା ଧାନକୁ ନଉଠାଇଲେ ଚାଷୀମାନେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି । ସେପଟେ ଆସନ୍ତା ୩୦ ତାରିଖ ସୁଦ୍ଧା ଚାଷୀଙ୍କ ଧାନ ଉଠାଯିବାନେଇ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶୃତି ଦେବାପରେ ଚାଷୀମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଓ କୁ ସ୍ଥଗିତ କରିଥିବା ଦେଖିବାକୁ ମିଳିଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.