ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ ପ୍ରଶାସନ ଓ ପୋଲିସ ଟିମ ବିଜୟୀ
ନବରଙ୍ଗପୁର ଷ୍ଟାଡିୟମ ଠାରେ ମଣ୍ଡେଇ ଲୋକ ମହୋତ୍ସଵ ଉପଲକ୍ଷେ ୪/୧୨/୨୦୨୪ ତାରିଖ ଦିନ ମଣ୍ଡେଇ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ଵିତୀୟ ଦିନରେ ଜିଲ୍ଲା ପ୍ରଶାସନ ଓ ବଣିକ ସଙ୍ଘ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ଏହି ମ୍ୟାଚରେ ୧୦ ଓଭରରେ ୯୭ ରନର ପିଛା କରି ବିଜୟୀ ହୋଇଛି। ଜିଲ୍ଲା ପ୍ରଶାସନ ଦଳର ଅଧିନାୟକ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ରହିଥିବା ବେଳେ ଉପ ଅଧିନାୟକ ଭାବେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଥିଲେ।

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ପକ୍ଷରୁ ବିଡ଼ିଓ ମନୋଜ ପାଣିଗ୍ରାହି, ରବୀନ୍ଦ୍ର ସାହୁ ଏବଂ ଶିଶିର ସୁନା ଅଂଶଗ୍ରହଣ କରିଥିଲେ। ଉକ୍ତ ମ୍ୟାଚରେ ମନୋଜ ପାଣିଗ୍ରାହି ସର୍ବାଧିକ ୨୪ ରନ ଏବଂ ୨ ଟି ୱିକେଟ ନେଇ ମେନ ଅଫ ଦି ମ୍ୟାଚ ରହିଥିବା ବେଳେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ସାହୁ ଭଲ ଖେଳର ପ୍ରଦର୍ଶନ କରିଥିଲେ । ଶିଶିର ସୁନା ସର୍ବାଧିକ ୩ ଟି ୱିକେଟ ହାସଲ କରିବା ପରେ ସଫଳ ହୋଇଥିଲେ ।

ରବୀନ୍ଦ୍ର ସାହୁ ଶେଷ ଓଭର୍ ରେ ଆବଶ୍ୟକ ୧୪ ରନ କରି ଜିଲ୍ଲା ପ୍ରଶାସନ ଦଳକୁ ବିଜୟୀ କରାଇଥିଲେ ।ଉକ୍ତ ମ୍ୟାଚରେ ନବରଙ୍ଗପୁର ବିଡ଼ିଓ ସୁନିଲ ଖରା ଏବଂ ଡାବୁଗାଁ ତହସିଲଦାର ହରିଓଁ ଭୋଇ ଉତ୍ତମ ଫିଲ୍ଡିଂର ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ମୟକ ଓ ନବୀନ ଚନ୍ଦ୍ର ନାୟକ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରି ଥିଲେ। ଏହାପରେ ପୋଲିସ ଟିମ ଓ ଜିଲ୍ଲା ଓକିଲ ସଂଘ ଦଳ ମଧ୍ୟରେ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଓକିଲ ସଂଘ ୧୦ ଓଭରରେ ୫୮ ରନ କରିଥିଲେ । ପୋଲିସ ଟିମ ୧୦ ଓଭରରେ ୬୪ ରନ କରି ବିଜୟୀ ହୋଇଛନ୍ତି ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
