December 21, 2025
Home » ମତଦାନ କେନ୍ଦ୍ର ସୁବ୍ୟବସ୍ଥାକକରଣ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ମତଦାନ କେନ୍ଦ୍ର ସୁବ୍ୟବସ୍ଥାକକରଣ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

0
WhatsApp Image 2025-12-21 at 12.08.34 PM (1)

ବରଗଡ଼: ଆଜି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ତ ୫ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ର ତଥା ବୁଥ ଗୁଡ଼ିକର ସୁବ୍ୟବସ୍ଥା କରଣ କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସୂଚନାଯୋଗ୍ୟକି, ନିର୍ବାଚନ ଆୟୋଗଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ରାଜନୈତିକ ପ୍ରତିନିଧିଙ୍କ ସହଯୋଗ ତଥା ମତାମତ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ମତଦାତାଙ୍କ ଘର ପାଖରେ ବୁଥ ବ୍ୟବସ୍ତା କରିବା ପାଇଁ ଆୟୋଗଙ୍କୁ ସୁପାରିଶ କରିବା ପରେ ୫ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ୨୭୩ ଗୋଟି ନୂତନ ମତଦାନ କେନ୍ଦ୍ର କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ଅନୁମୋଦିତ ହୋଇଛି । ଯଦ୍ଵାର୨୦୨୫ ମସିହାରେ ଜିଲ୍ଲାର ୧୩୯୭ ଗୋଟି ମତଦାନ କେନ୍ଦ୍ର ସମ୍ପ୍ରସାରୀତ ହୋଇ ୧୬୭୦ ଗୋଟି ମତଦାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସ୍ଥିରିକରଣ କରାଯାଇଛି ।

ଏହି ପରିପ୍ରେକ୍ଷିରେ ୦୧-ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୩୨୩ ଗୋଟି ପୂର୍ବ ମତଦାନ କେନ୍ଦ୍ର ସହ ୫୪ ଗୋଟି ନୂତନ ମତଦାନ କେନ୍ଦ୍ର କରାଯାଇ ମୋଟ ୩୭୭ ଗୋଟି ମତଦାନକେନ୍ଦ୍ର ସ୍ଥାପନ ପାଇଁ ସ୍ଥିରିକରଣ ହୋଇଥିବା ବେଳେ ୦୨-ବିଜେପୁର ନିର୍ବାଚନ ମଣ୍ଡଳୀର ୨୮୮ ପୁରୁଣା ମତଦାନ କେନ୍ଦ୍ରରେ ନୂତନ ଭାବେ ୬୯ ଗୋଟି ମତଦାନ କେନ୍ଦ୍ର ବର୍ଦ୍ଧିତ କରାଯାଇ ମୋଟ ୩୫୭ ଗୋଟି , ୦୩- ବରଗଡ଼ ନିର୍ବାଚନ ମଣ୍ଡଳୀର ୨୩୨ ଗୋଟି ପୁରୁଣା ମତଦାନ କେନ୍ଦ୍ରର ଥିବାବେଳେ ୪୨ ଗୋଟି ଗୋଟି ନୂତନ ମତଦାନ କେନ୍ଦ୍ରକୁ ନେଇ ମୋଟ ୨୭୪ ଗୋଟି, ୦୪- ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବରୁ ୨୬୧ ଥିବା ବେଳେ ୫୯ ଗୋଟି ନୂତନ ମତଦାନ ବୃଦ୍ଧି ହୋଇ ୩୨୦ ଗୋଟି, ଏବଂ ୦୫- ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବ ରୁ ୨୯୩ ଗୋଟି ମତଦାନ କେନ୍ଦ୍ର ଥିବାବେଳେ ୪୯ ଗୋଟି ବୃଦ୍ଧି କରାଯାଇ ୩୪୨ ଗୋଟି ମତଦାନ କେନ୍ଦ୍ର କରିବା ପାଇଁ ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ ସ୍ଥିରୀକୃତ ହୋଇଛି ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମେତ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ଡେପୁଟି କଲେକ୍ଟର ଶ୍ରୀମତୀ ସୁମତି ପଣ୍ଡା ଏବଂ ନିତୁଶ୍ରୀ ମେହେର, ଶିକ୍ଷା, କ୍ରିଡା, ମାଇ ଭାରତ, ଏନଏସଏସ ଓ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଡ଼ ଅରୂପନନ୍ଦ ସାହୁ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ଜାପାନ ମହାପାତ୍ର, ବହୁଜନ ସମାଜ ପାର୍ଟିରୁ ଶ୍ରୀ ଦେବା କୁମାର, ଆମ ଆଦମୀ ପାର୍ଟିର ମୁନିସିପାଲିଟି କଡିନେଟୋର ଶ୍ରୀ ଅସିତ କୁମାର ସାହୁ ଏବଂ ବିଜେପି ଟାଉନ ଜେନେରାଲ ସେକ୍ରେଟାରୀ ଶ୍ରୀ ବେଦାନ୍ତ ମିଶ୍ର ଉକ୍ତ ବୈଠକରେ ଉପସ୍ଥିତ ରହି ନିଜ ନିଜ ମତାମତ ରଖିବା ସହ ଆଗାମୀ ଦିନରେ ନୂତନ ଭୋଟରଙ୍କ ସଚେତନତା ନିମନ୍ତେ ଚୂନାଭ ପାଠଶାଳା, ଲିଟେରେସି କ୍ଲବ ଗଠନ ସହ ଜିଲ୍ଲାରେ ବିଭିନ୍ନ ଭୋଟର ସଚେତନତା କାର୍ଯକ୍ରମ ଆୟୋଜନ କରିବା ପାଇଁ ଆଲୋଚନା କରିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନୂତନ ଭାବେ କରାଯାଇଥିବା ମତଦାନ କେନ୍ଦ୍ର ବିଷୟରେ ସମସ୍ତ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଅବଗତ କରିବା ପାଇଁ ଜିନର ବୁଥ ଲେବେଲ ଏଜେଣ୍ଟ ଓ ବୁଥସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *