ମଦ ହେଲା କାଳ :ସୁବର୍ଣ୍ଣପୁର ଜିଲ୍ଲା ରେ ମଦ ମୃତ୍ୟୁ : ମଦ ପିଇ ଦୁଇ ଭାଇ ମୃତ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ରେ ମଦ ମୃତ୍ୟୁ ଅଭିଯୋଗ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଂଚଳରେ ବୁଧବାର ଦିନ ମଦ ପିଇ ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । ପ୍ରାପ୍ତ ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମର ସନ୍ତୋଷ ରାଜହଂସ (୩୮), ତେଜରାଜ ରାଜହଂସ (୪୨) ଏବଂ ଅନ୍ୟ ଭାଇ ସବୁଠାରୁ ବଡ । ସନ୍ତୋଷ ରାଜହଂସ ଅତାବିରା ଅଂଚଳରେ ଏକ ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି। ଅନ୍ୟ ଭାଇ ମାନେ ଗାଁରେ ରହନ୍ତି । ବଡଭାଇର ଝିଅ ଗାଁରେ ବିବାହ କରିଛି । ତାଙ୍କର ଏକ ପୁଅର ଆଜି ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ ରହିଥିଲା । ସନ୍ତୋଷ ଏବଂ ମଝିଆ ଭାଇ ତେଜରାଜ ଦୁହେଁ ମଦ ପିଇଥିଲେ । ବଡ ଭାଇ ପରେ ପିଇବି ବୋଲି କହିଥିଲେ ବୋଲି ଅଂଚଳରେ ଆଲୋଚନା ହେଉଛି । ଦୁଇ ଭାଇ ମଦ ପିଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ସଙ୍ଗେ ସଙ୍ଗେ ସାନ ଭାଇ ସନ୍ତୋଷକୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଅନ୍ୟ ଭାଇ ତେଜରାଜକୁ ବରପାଲି ଡାକ୍ତରଖାନା ନିଆଯାଇଥୁଲା । ସେଠାରେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ରାମପୁର ଥାନାଧିକାରିଣୀ ବିନୋଦିନୀ ବରିହା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଢିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ପରିବାରର ଜଣେ ସଦସ୍ୟ ‘ମଦ ପିଇ ମୋର କାକାର ମୃତ୍ୟୁ ହୋଇଛି’ ବୋଲି ବୟାନ ଦେଇଛି । ଗଜବନ୍ଧରେ ମଦ ମୃତ୍ୟୁ ପାଇଁ ଦାୟୀ କିଏ? ଦୁଇ ଭାଇଙ୍କ ମୃତ୍ୟୁରେ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି l ମଦ
କେଉଁଠାରୁ ଆସିଥିଲା, ତାହା ବିଷାକ୍ତ ଥୁଲା କି, ସେଥିରେ ଅନ୍ୟ କୌଣସି ରାସାୟନିକ ଦ୍ରବ୍ୟ ମିଶା ଯାଇଥୁଲା କି ? ଯାହାକି ପୁଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି । ଗତ କିଛି ଦିନ ହେବ ରାମପୁର ଥାନା ଅଂଚଳରେ ଦେଶୀ ରନ୍ଧା ମଦର ବନ୍ୟା ଛୁଟିଥୁବା ଖୋଦ ରାମପୁର ସରପଂଚ ମନୋଜ ପୁରୋହିତଙ୍କ ସମେତ ଗ୍ରାମର ଶତାଧିକ ମହିଳା, ସଚେତନ ବ୍ୟକ୍ତି ଥାନା ଏବଂ ପ୍ରଶାସନ ନିକଟରେ ଅଭିଯୋଗ କରିଆସିଥିଲେ । ଏହି ଅଞ୍ଚଳ ନିଶା କାରବାରର ହବ ପାଲଟିଛି ବୋଲି ମଧ୍ଯ ଏମାନେ ଆଗରୁ ଅଭିଯୋଗ କରି ଆସୁଛନ୍ତି । ଯାହାକି ଆଜି ପ୍ରମାଣିତ ହେବାରେ ଲାଗିଛି l ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ କାରଣ ଜଣାପଡିବ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
