ମଦ୍ୟ ମାଦକତା ରୁ ଦୂରେଇ ରହି ଏକ ସୁସ୍ଥ ସାମାଜିକ ଜୀବନ ବୃକ୍ଷ ରୋପଣ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ।
ପଦ୍ମଶ୍ରୀ ବାବା ବଳିଆ।
ମଦ୍ୟ ମାଦକତା ରୁ ଦୂରେଇ ରହି ଏକ ସୁସ୍ଥ ସାମାଜିକ ଜୀବନ ଏଵଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଓ ବୃକ୍ଷ ରୋପଣ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ପ୍ରକାଶ କରିଛନ୍ତି।ଭବାନୀପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚାଲିଥିବା ଗୁରୁ କୃପା ମହୋତ୍ସବ ରେ ଯୋଗଦେବା ଅବସରରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।
ବିବାହ ପୂର୍ବରୁ ରକ୍ତ ମେଳକ ଓ ସ୍ଵାସ୍ଥ୍ୟ ପରୀକ୍ଷା ନିତାନ୍ତ ଜରୁରୀ।ଅନ୍ଧ ବିଶ୍ବାସ ଓ କୁସଂସ୍କାର ରୁ ଦୂରେଇ ରହି ଏକ ଆଦର୍ଶ ପରିବାର ଗଠନ ପୂର୍ବକ ଗରୁ ଗୁରୁଜନ ମାନଙ୍କୁ ସମ୍ମାନ ଦେଇ ସୁସ୍ଥ ଗୃହସ୍ଥ ଜୀବନଯାପନ କୁ ବାବା ବଳିଆ ଗୁରୁତ୍ଵ ଦେବା ପାଇଁ ଆହ୍ଵାନ ଦେଇଥିଲେ।

ରାସ୍ତା ଘାଟ ତିଆରି କରିବା ପାଇଁ ସରକାର ବୃକ୍ଷ ସବୁ କାଟି ଦେଉଛନ୍ତି। ଗୋଟିଏ ବୃକ୍ଷ କାଟିବା ବଦଳରେ ୧୦୦ଟି ଗଛ ଲଗାନ୍ତୁ ଏ ଦିଗରେ ସମସ୍ତେ ସଚେତନ ସରକାରଙ୍କ ଧ୍ୟାନ ଆକର୍ଷଣ କଲେ ପରିବେଶ ସୁରକ୍ଷା ହୋଇ ପାରିବ ବୋଲି ବାବା ବଳିଆ ସାମ୍ୱାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ।ଏହି ସାମ୍ୱାଦିକ ସମ୍ମିଳନୀକୁ ଶିଷ୍ୟ ଆଶିର୍ବାଦ ଜୀ ମହାରାଜ ପରିଚାଳନା କରିଥିବା ବେଳେ ବାବାଜୀ ସଞ୍ଜୟ ଦାସ, ଗୋପାଳ ଦାସ, ନରହରି ଦାସ, ବିଶ୍ବମ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
