December 18, 2025
Home » ମଧୁ ବାରିଷ୍ଟର ଆନ୍ତଃଜିଲ୍ଲା ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ଭୁବନେଶ୍ୱର ବାର ଚମ୍ପିୟାନ

ମଧୁ ବାରିଷ୍ଟର ଆନ୍ତଃଜିଲ୍ଲା ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ଭୁବନେଶ୍ୱର ବାର ଚମ୍ପିୟାନ

0
WhatsApp Image 2025-12-14 at 7.35.43 PM

କଟକ ମଧୁ ବାରିଷ୍ଟର ଆଇନଜୀବୀ ସଙ୍ଗଠନ ଆନୁକୂଲ୍ୟରେ ମହାବୀର ସ୍ପୋର୍ଟିଂ କ୍ଳବ ନରଣପୁର, ବାରଙ୍ଗ ସ୍ଥିତ ଖେଳ ପଡିଆରେ ପଞ୍ଚମ ବାର୍ଷିକ ଆନ୍ତଃଜିଲ୍ଲା ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଅଛି | ଭୁବନେଶ୍ୱର ବାର ଆସୋସିଏସନ ଆଜିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କଟକ ବାର ଆସୋସିଏସନକୁ ପରାସ୍ତ କରି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲେ | ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭୁବନେଶ୍ୱର ବାର ଆସୋସିଏସନ ଓ ଢେଙ୍କାନାଳ ବାର ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ମ୍ୟାଚରେ ଭୁବନେଶ୍ୱର ବାର ଆସୋସିଏସନ ବିଜୟ ଲାଭ କରି ପଞ୍ଚମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ର ଚମ୍ପିୟାନ ହୋଇଥିଲେ | ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ରୂପେ ଭୁବନେଶ୍ୱର ବାର ଆସୋସିଏସନର ମିଲନ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିଲା | ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବ ରେ ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ | ଏହା ସହିତ ବରିଷ୍ଠ ଆଇନଜୀବୀ ସ୍ବର୍ଗତଃ ରଞ୍ଜିତ କେଶରୀ ରାୟ ଓ ଆଇନଜୀବୀ ସ୍ବର୍ଗତଃ ସୁଶୀଲ କୁମାର ସ୍ୱାଇଁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହେବା ସହିତ ସେମାନଙ୍କର ଧର୍ମପତ୍ନୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରା ଯାଇଥିଲା | ଉଦଯାପନୀ ଦିବସରେ ଅତିଥି ରୂପେ ପୂର୍ବତନ ବିଧାୟକ ମହମଦ ମୋକିମ,କଟକ ମେୟର ସୁବାଷ ସିଂ,ସମାଜସେବୀ ପ୍ରଭାତ ନନ୍ଦ,କର୍ପୋରେଟର ଗଗନ ଓଝା,ଇତିଶ୍ରୀ ଦାସ,ସଞ୍ଜୀବ ଜେନା,ଶିକ୍ଷାବିତ ବଂଶୀଧର ପରିଡା,ବିଜେପି ନେତା ବୁଲୁ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଆଇନଜୀବୀ ଶରତ ଚନ୍ଦ୍ର ପ୍ରଧାନ,ପ୍ରଶାନ୍ତ ସାହୁ,ଗଦାଧର ସାହୁ,ନରେନ୍ଦ୍ର ସାହୁ,ଦୁଃଶାସନ ରାଉତ,ଅଜୟ ମହାରଣା,ଧର୍ମାନନ୍ଦ ସୁବୁଦ୍ଧି,ପ୍ରଦୀପ ପରିଡା,ଶିଶିର କୁମାର ବିଶ୍ୱାଳ,ସୁବାସ ଚନ୍ଦ୍ର ମହାନ୍ତି,ଶୁଭ୍ରାଂଶୁ ମହାନ୍ତି,ତାପସ ନାୟକ,ସ୍ମୃତି ରଞ୍ଜନ ରାଉତ,ସୁବାଶିଷ ପଟନାୟକ,ସ୍ବଦେଶ ଦାସ,ପୁନିଲ ସ୍ୱାଇଁ,ସମରେନ୍ଦ୍ର ସେଠି,ରବୀନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ | ସଙ୍ଗଠନର ଉପଦେଷ୍ଟା ଆଇନଜୀବୀ ଶୁଭେନ୍ଦୁ ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ସଙ୍ଗଠନର ସଭାପତି ସଂଗ୍ରାମ କେଶରୀ ଦାସ, ସମ୍ପାଦକ ଗଗନ ବାରିକ, କୋଷାଧକ୍ଷ ମହେନ୍ଦ୍ର ସୁବୁଦ୍ଧି, ସହ ସମ୍ପାଦକ ଲକ୍ଷ୍ମୀ ନାରାୟଣ ମିଶ୍ର,ଭାଷ୍ୟକାର ପଙ୍କଜ ଜଟି,ଆଇନଜୀବୀ ନିରଞ୍ଜନ ବେହେରା,ହରି ଓଝା,ରୋହିତ ରଞ୍ଜନ ସ୍ୱାଇଁ, ଅରବିନ୍ଦ ପଟ୍ଟନାୟକ, ପ୍ରଭାତ ସାହୁ, ତ୍ରିଲୋଚନ ରାମ,ଦୁର୍ଗାଦତ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ରାୟ ,ତୁଷାର କାନ୍ତି, ଅଶୋକ ବାରିକ,ରାମଚନ୍ଦ୍ର ବେହେରା,ପ୍ରଭାତ ତ୍ରିପାଠୀ,ସଞ୍ଜିବ ଦାସ,ପୂର୍ଣ୍ଣ ଚନ୍ଦ୍ର ସାହୁ,ଅନନ୍ତ ଜେନା,କୈଳାସ ଚନ୍ଦ୍ର ବରାଳ,ଅନୀଲ ନାୟକ,ସାତୟୁକ ପଟନାୟକ,ରାକେଶ ବେହେରା ପ୍ରମୁଖ ଉପସ୍ଥିତ ରହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସୁପରିଚାଳନା ନିମନ୍ତେ ସହଯୋଗ ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *